ଲାଲବାହାଦୂର ଉଚ୍ଚ ବିଦ୍ୟାଳୟରେ ପୂଣ୍ୟାତ୍ମା ଶାସ୍ତ୍ରୀଜୀଙ୍କ ୫୮ତମ ଶ୍ରାଦ୍ଧ ଉତ୍ସବ ଓ ବିଦ୍ୟାଳୟର ୫୬ତମ ବାର୍ଷିକ ଉତ୍ସବ

ନିଶ୍ଚିନ୍ତକୋଇଲି, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)- ନିଶ୍ଚିନ୍ତକୋଇଲି ବ୍ଲକ ସାନ୍ତପୁର ପଂଚାୟତ ଓରିକଣ୍ଟାସ୍ଥିତ ଲାଲବାହାଦୂର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୂଣ୍ୟାତ୍ମା ଶାସ୍ତ୍ରୀଜୀଙ୍କ ୫୮ତମ ଶ୍ରାଦ୍ଧ ଉତ୍ସବ ଓ ବିଦ୍ୟାଳୟର ୫୬ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶିଶୁ ସାହିତ୍ୟିକ ଦିଲ୍ଲୀପ କୁମାର ତ୍ରିପାଠୀ, ଚିତ୍ରୋତ୍ପଳା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦେବପ୍ରସାଦ କର, ସାନ୍ତପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପବିତ୍ର କୁମାର ଲେଙ୍କା, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମନୋରଂଜନ ବରାଳ ପ୍ରମୁଖ  ସମ୍ମାନୀତ ଅତିଥି ଭାବେ ଯୋଗ ଦେଇଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ ଓଷ୍ଟାର ସାଧାରଣ ସଂପାଦକ ରଂଜନ କୁମାର ଦାସ, ମୁଖ୍ୟବକ୍ତା ଭାବେ ବିଶିଷ୍ଟ ପ୍ରବଚକ ଗଣେଶ୍ୱର ସ୍ୱାଇଁ, ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ସାଧାରଣ ଜନସ୍ୱାସ୍ଥ୍ୟ ବିଭାଗ ସୁପରିନଟେଡେଣ୍ଟ ଇଂଜିନିୟର ଅଶୋକ କୁମାର ମହାପାତ୍ର, ପ୍ରାକ୍ତନ ପ୍ରଧାନଶିକ୍ଷକ କାର୍ତ୍ତିକ ଚନ୍ଦ୍ର ଦାସ, ସ୍ଥାନୀୟ ସରପଂଚ ଆଇନଜୀବୀ ରମାକାନ୍ତ ନାୟକ ପ୍ରମୁଖ ଯୋଗଦେଇଥିଲେ । ପ୍ରଧାନଶିକ୍ଷକ ସଚ୍ଚିଦାନନ୍ଦ ଦାସ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିଲା ବେଳେ ଶିକ୍ଷକ ସନାତନ ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ବୈଜୟନ୍ତୀ ପରିଡା ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ପୁରସ୍କାର ବିତରଣ କରିଥିଲେ ।

Leave a Reply

Your email address will not be published. Required fields are marked *