ଲକ୍ଷ୍ମୀପୁର ୦୮/୧୨/୨୦୨୩ (ଓଡ଼ିଶା ସମାଚାର/ପ୍ରମୋଦ ଜେନା)-ଆଜି ଲକ୍ଷ୍ମୀପୁର ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଭାଗ ତରଫରୁ ଓଡିଶା ସରକାରଙ୍କ ପ୍ରାୟୋଜିତ “ନୂଆ-ଓଡିଶା ଯୁବ-ଓଡିଶା ନବୀନ- ଓଡ଼ିଶା” କାର୍ୟ୍ୟକ୍ରମ ଅନ୍ତର୍ଗତ “ସ୍ପୋଟସ ଓ ଏଥଲେଟିକ୍ସ” ପ୍ରତିଯୋଗିତା ଅଧ୍ୟକ୍ଷ ଗିରିଜା କୁମାର ଚୌଧୁରୀଙ୍କ ତତ୍ତ୍ବାବଧାନରେ ଉଦଘାଟିତ ହୋଇ ଯାଇଛି। ଏହି କାର୍ୟ୍ୟକ୍ରମକୁ କୋରାପୁଟର ପୂର୍ବତନ ସାଂସଦ ଝିନ ହିକ଼କା ଓ ପୂର୍ବତନ ଲକ୍ଷ୍ମୀପୁର ବିଧାୟକ କୈଳାସ ଚନ୍ଦ୍ର କୁଳେସିକା ଉଦଘାଟନ କରି ଛାତ୍ରଛାତ୍ରୀ ମାନଙ୍କୁ ଏହି ଖେଳରେ ବହୁଳ ଭାବରେ ଭାଗନେଇ ନିଜ ନିଜର ପ୍ରତିଭା ଦେଖେଇବାକୁ ଉତ୍ସାହିତ କରିଥିଲେ। ସର୍ବପ୍ରଥମେ ସ୍ଥାନୀୟ ଗ୍ରାମ ଦେବୀ ମା ମୁତ୍ୟାଲୁ ମା ମନ୍ଦିରରେ ଖେଳାଳୀମାନେ ପୂଜା କରିବା ସହ ମଶାଲ୍ ଶୋଭା ଯାତ୍ରାରେ ଆସି ମହାବିଦ୍ୟାଳୟ ପରିସର ରେ ପହଞ୍ଚି ଥିବା ବେଳେ ଉପସ୍ଥିତ ଅତିଥି ଓ ଛାତ୍ରଛାତ୍ରୀମାନେ ମଶାଲ୍ କୁ ସ୍ୱାଗତ କରିଥିଲେ।ଏହି କାର୍ୟ୍ୟକ୍ରମ ଅନ୍ତର୍ଗତ ଉଭୟ ବାଳକ ଓ ବାଳିକା ବର୍ଗର ସଟ୍ ଫୁଟ୍ ଓ ଡିସ୍ କସ ଥ୍ରୋ ଭଳି ଖେଳ କର ଯାଇଥିବା ବେଳେ ମହାବିଦ୍ୟାଳୟର ପୂର୍ବତନ ଖେଳ ପ୍ରଶିକ୍ଷକ ଦୁଃଖୀ ଶ୍ୟାମ ଦାସ ପରିଚାଳନା କରିଥିଲେ।ଏଥିରେ ଅଧ୍ୟାପକ ତାରେଣୀ ପ୍ରସାଦ ଶତପଥୀ, ଶୀତଳ ପ୍ରସାଦ ଦାସ, ଲକ୍ଷ୍ମୀକାନ୍ତ ଟାକ୍ରୀ, ଟଙ୍କଧର ନାଏକ, ଲାଲୁ ହରିଜନ ଏବଂ ଅଧ୍ୟାପିକା ମଧୁସ୍ମିତା ବିଶ୍ଵାଳ,ହେଲେନା ପ୍ରିୟଦର୍ଶିନୀ ସିଂ,ମୌତୁସୀ ପ୍ରଧାନ ଓ ବୈଶାଖୀ ଦୀପ୍ ଉପସ୍ଥିତ ରହି ସହାୟତା କରିଥିଲେ। ଆଜିର ଏହି ଉଦଘାଟନ ଉତ୍ସବ କାର୍ୟ୍ୟକ୍ରମକୁ ବରିଷ୍ଠ ଅଧ୍ୟାପକ ଡଃ ଜଗନ୍ନାଥ ରଥ ପରିଚାଳନା କରିଥିଲେ ଏବଂ ଅଧ୍ୟାପକ ଯଶୋବନ୍ତ ଗରଡା ଧନ୍ୟବାଦ ଅର୍ପଣ କରିଥିଲେ।