ସତ୍ୟବାଦୀ ଥାନା ରେ ପାଳିତ ହେଲା ଆମ ପୋଲିସ କାର୍ୟ୍ୟକ୍ରମ ।

ସାକ୍ଷୀଗୋପାଳ, ୧୨/୦୧/୨୦୨୪ (ଓଡ଼ିଶା ସମାଚାର)-ଶୁକ୍ରବାର ସନ୍ଧ୍ୟାରେ ସତ୍ୟବାଦୀ ଥାନା ପକ୍ଷରୁ ଥାନା ପରିସରରେ ‘ଆମ ପୋଲିସ ସମିତି’ ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏସଡିପିଓ ବିରଞ୍ଚି ନାରାୟଣ ପତି ସଭାପତିତ୍ୱ କରିଥିଲେ ।ଏହି ଅବସରରେ ପୋଲିସ ର କାର୍ୟ୍ୟକୁ ଲୋକାଭିମୁଖୀ କରିବା ପାଇଁ ପୂର୍ବରୁ ଥିବା ଆମ ପୋଲିସ ସମିତି ସହ ଆଉ ଏକ ସଙ୍ଗଠନ “ଯୁବା ଶକ୍ତି ” ଆନୁଷ୍ଠାନିକ ଭାବେ ଯୋଡ଼ି ହୋଇଛି ବୋଲି ଏସଡିପିଓ ବିରଞ୍ଚି ନାରାୟଣ ପତି ସୂଚନା ଦେଇଥିଲେ । ଯୁବାଶକ୍ତି କୁ ପୁରୀ ଜିଲ୍ଲାର ବିଭିନ୍ନ ଥାନାରେ ଏହାକୁ ଏକ ପାଇଲଟ ପ୍ରୋଜେକ୍ଟ ଭାବେ କରାଯାଉଛି । ଯୁବା ଶକ୍ତି ରେ ଥିବା ସଦସ୍ୟଙ୍କ କାମ ହେଉଛି  ପୋଲିସ କାର୍ୟ୍ୟ ରେ ସହଯୋଗ କରିବା । ଆଲୋଚନା ରେ ଅନେକ ବୁଦ୍ଧିଜୀବୀ,ଶିକ୍ଷାବିତ୍,ବ୍ୟବସାୟୀ, ରାଜନୈତିକ ବେକ୍ତି ବିଶେଷ ,ସାମାଜିକ କର୍ମୀ , ଖବରଦାତା ଓ  ସାଧାରଣ ଲୋକ  ଭାଗ ନେଇ ସେମାନଙ୍କ ନିଜସ୍ଵ ମତାମତ ଦେଇଥିଲେ । ସତ୍ୟବାଦୀ ଥାନା ଅଞ୍ଚଳରେ ଚୋରା ନିଶା କାରବାର, ନିଶାଡି ଙ୍କଉତ୍ପାତ, ବିକଟାଳ ହର୍ଣ୍ଣ ଦେଇ ବାଇକି ଚାଳନା ,ଟ୍ରାଫିକ୍ ସମସ୍ୟା, ସାକ୍ଷୀଗୋପାଳ ବସଷ୍ଟାଣ୍ଡ ଠାରୁ ସାକ୍ଷୀଗୋପାଳ ମନ୍ଦିର ପର୍ୟ୍ୟନ୍ତ ମୁଖ୍ୟ ବଜାରର ପାଶ୍ୱର୍ ରେ ଅଯଥା ଭିଡ଼କୁ ନିୟନ୍ତ୍ରଣ କରିବା ଆଦି ପ୍ରସ୍ତବ ଉପରେ  ୩୨ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ବିଷ୍ଣୁପ୍ରିୟା  ବରାଳ , ସରପଞ୍ଚ ଚିନ୍ମୟୀ ରାଉତ ,ଗୋପାଳ ଚନ୍ଦ୍ର ମିଶ୍ର ଙ୍କ ସହ ଉମେଶ ପ୍ରଧାନ ,ଦେବଦତ୍ତ ସାମନ୍ତ ରାୟ ,ରଞ୍ଜନ ବରାଳ ,ପ୍ରଭାତ ମିଶ୍ର ପ୍ରମୁଖ ପୋଲିସ ର ଦୃଷ୍ଟି ଆକର୍ଷଣ କରିଥିଲେ। ସତ୍ୟବାଦୀ ଥାନା ଆଇଆଇସି ବିଜୟ କେତନ ବେହେରା ସଂଯୋଜନା କରିଥିଲେ । ଏଏସ ଆଇ ଦୀପ୍ତି ରଞ୍ଜନ ସାହୁ ପରିଚାଳନା ରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *