ମହିଳା ମାଧ୍ୟମିକ ଉଚ ବିଦ୍ୟାଳୟ ରେ ଅଧ୍ୟକ୍ଷା ଙ୍କ ଯୋଗଦାନ 

ଗରଦପୁର,୦୩/୦୯/୨୦୨୫(ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଗୋବିନ୍ଦପୁର- ତଳକୁସୁମାସ୍ଥିତ ମାନବ ସମ୍ବଳ ବିକାଶ ମହିଳା ଉଚ ମାଧ୍ୟମିକ ବିଦ୍ୟାଳୟ ରେ ଅଧ୍ୟକ୍ଷା ଭାବରେ ବିଜୟ ଲକ୍ଷ୍ମୀ ପଣ୍ଡା ଯୋଗଦାନ କରି ଦାୟିତ୍ୱ ନେଇଛନ୍ତି ।

ଏହି ଉଚ ମାଧ୍ୟମିକ ବିଦ୍ୟାଳୟ ଗତ ୧୯୮୭ ମସିହାରେ ପ୍ରତିଷ୍ଠା ହୋଇଥିଲେ ବି ଅଦ୍ୟାବଧି ସମସ୍ତ ଅଧ୍ୟକ୍ଷ ପଦ ପୁରୁଷ ମାନେ ହିଁ ନିର୍ବାହ କରିଥିଲେ । ତେବେ ପ୍ରଥମ ଥର ପାଇଁ ଜଣେ ମହିଳା ଏହି ଉଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ଭାବେ ଯୋଗ ଦେଇଥିବାରୁ ଅଧ୍ୟାପିକା, ଅଧ୍ୟାପକ , ଛାତ୍ରୀ ଙ୍କ ଆନନ୍ଦ ଉତ୍ସାହ ଓ ମନୋବଳ ବୃଦ୍ଧି କରିବା ସହ ଅଧ୍ୟକ୍ଷା ଙ୍କୁ ଆଡ଼ମ୍ବର ସହକାରେ ସ୍ୱାଗତ କରିଛନ୍ତି ।

ଏହି ଅବସର ରେ ଅଧ୍ୟାପିକା ପ୍ରବୀଣା ରଥ, ମମତା ଭୂୟାଁ, ଅଧ୍ୟାପକ ରମାକାନ୍ତ ଗୋଛାୟତ, ସୁଜିତ ଛାଟୋଇ, ସତ୍ୟବ୍ରତ ରାୟ ଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ଅଧ୍ୟକ୍ଷା ଙ୍କୁ ସ୍ୱାଗତ କରିଛନ୍ତି ।

Leave a Reply

Your email address will not be published. Required fields are marked *