ସ୍ୱର୍ଣ୍ଣ ପଦକ ପ୍ରାପ୍ତ କମ୍ପ୍ୟୁଟର ସାଇନ୍ସି ଛାତ୍ରୀ ସ୍ମିତା ମହାନ୍ତି ସମ୍ବର୍ଦ୍ଧିତ 

ଗରଦପୁର,୦୩/୦୯/୨୦୨୫(ଓଡ଼ିଶା ସମାଚାର)- ପାଟକୁରା ଥାନା ନିକଟସ୍ଥ ଜଗଦଳପୁର ଗ୍ରାମର ଅଜୟ ମହାନ୍ତି ଙ୍କ କନ୍ୟା ରେଭେନ୍ସା ବିଶ୍ୱ ବିଦ୍ୟାଳୟ କମ୍ପ୍ୟୁଟର ସାଇନ୍ସି ସ୍ନାତକୋତର ଛାତ୍ରୀ ସ୍ମିତା ମହାନ୍ତି ସ୍ୱର୍ଣ୍ଣ ପଦକ ପାଇଛନ୍ତି । ସେ କମ୍ପ୍ୟୁଟର ସାଇନ୍ସି ରେ ସ୍ନାତକୋତର ଟପର ହୋଇ ଗତ ଜୁଲାଇ ମାସ ୧୫ ତାରିଖରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମାବର୍ତନ ଉତ୍ସବରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେଇ ସ୍ମିତା ଙ୍କୁ ଅଙ୍ଗ ବସ୍ତ୍ର ଓ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଥିଲେ ।

ଖବର ପାଇ ଆଜି କେନ୍ଦ୍ରାପଡ଼ା କୋ- ଅପରେଟିଭ ସୋସାଇଟିର ସଭାପତି ପ୍ରମୋଦ ସାହୁ ଛାତ୍ରୀ ସ୍ମିତାଙ୍କ ଜଗଦଳପୁରସ୍ଥିତ ବାସ ଭବନରେ ପହଂଚି ଶୁଭେଛା ଜଣାଇ ସମ୍ବର୍ଦ୍ଧିତ କରି ତାଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିବା ସହିତ ତାଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ପୋତ୍ସାହନ ରାଶି ପ୍ରଦାନ କରିଥିଲେ । ସୋସାଇଟି ର ସଭାପତି ଶ୍ରୀ ସାହୁ ଙ୍କ ସହିତ କେନ୍ଦ୍ରାପଡ଼ା କୋ ଅପରେଟିଭ ସୋସାଇଟି ର ଗରଦପୁର ଶାଖା ପରିଚାଳକ ଅନୋଜ ସିଂହ ଓ ସୋସାଇଟି ନିର୍ଦ୍ଧେଶକ ବଲଭ ନନ୍ଦି ଙ୍କ ସମେତ ଏଜେଂଟ ଦିପକ ପାଣି ,ଆଶୁତୋଷ ପାଣି ଉପସ୍ଥିତ ଥିଲେ । ତାଙ୍କର ଏହି ଆର୍ଥିକ ପୋତ୍ସାହନ ସହାୟତା ପ୍ରଦାନ ସମୟରେ ସ୍ମିତାଙ୍କ ପରିବାର ଲୋକମାନଙ୍କ ସହିତ ଗ୍ରାମର ମୁରବୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ସ୍ମିତା ଆଇଏଏସ ପାଇଁ ପ୍ରସ୍ତୁତ ହେବେ ବୋଲି ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *