ଗଣପତି ଶିଶୁ ମନ୍ଦିରର ୧୧ ତମ ବାର୍ଷିକ ମହୋତ୍ସବ 

କଟକ ସଦର, ୦୮/୦୪/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କନ୍ଦରପୁର ପଞ୍ଚାୟତ ଵମ୍ଵୁରୀ ଠାରେ ଥିବା ଅଗ୍ରଣୀ ଗଣପତି ଶିଶୁ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଉମାକାନ୍ତ ଭୁୟାଁ ଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ଓଡିଶା ବିଦ୍ୟା ବିକାଶ ସମିତିର ପ୍ରତିଷ୍ଠାତା ସଭ୍ୟ ତାରାକାନ୍ତ ଅଗସ୍ତି, ସଂପାଦକ ଯୋଗେନ୍ଦ୍ର ନାଥ ବସ୍ତିଆ,ଜୈ।ତିର୍ଵିଦ ପଣ୍ଡିତ ଶ୍ରୀପତି ଆଚାର୍ଯ୍ୟ, ସରପଂଚ ସୁଭାଷିନୀ ରାଉତ, ସାମାଜିକ କର୍ମୀ ଇଂ ସେବକ ଶ୍ରୀକାନ୍ତ ପ୍ରମୁଖ ଯୋଗ ଦେଇ ଶିକ୍ଷା, ଶିକ୍ଷାୟତନ ଓ ଶିକ୍ଷକ ମାନଙ୍କ ଉପରେ ଆଲୋକପାତ କରିଥିଲେ। ପ୍ରଧାନ ଆଚାର୍ଯ୍ୟା ଜୟନ୍ତୀ ପତି ସ୍ୱ।ଗତ ଭାଷଣ ଦେଇଥିବା ବେଳେ ଦୂର୍ଗା ପ୍ରସାଦ ପରିଡ଼ା ଅତିଥି ପରିଚୟ ପ୍ରଦାନ କରିଥିଲେ। ପରିଚାଳନା ରେ ବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ‌ ସମେତ ପୂର୍ଣ୍ଣିମା ବେହେରା, ମଧୁସ୍ମିତା ସାହୁ, ସୋନାଲି ପରିଡ଼ା, ସୁପ୍ରିୟା ବେହେରା, ମଧୁସ୍ମିତା ବେହେରା, ମଧୁସ୍ମିତା ସାହୁ ପ୍ରମୁଖ ସହାୟତା କରିଥିଲେ। ଶେଷରେ ପିଲା ମାନଂକ ଦ୍ୱାରା ପରିବେଷଣ ହୋଇଥିବା ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ୍ ଉପଭୋଗ୍ୟ ହୋଇଥିଲା।

Leave a Reply

Your email address will not be published. Required fields are marked *