ପୁତୁରାକୁ ଆକ୍ରମଣ କରି ଫେରାର ଥିବା ଅଭିଯୁକ୍ତ ବାବୁଜଙ୍ଗ ରୁ ଧରାପଡିଲା

ସାଲେପୁର, ୦୨/୦୯/୨୦୨୫ (ଓଡିଶା ସମାଚାର /ଅଭୟ ଜେନା )-ସାଲେପୁର ଥାନା ଅ«ର୍ଗତ ବୋଦାମୁଣ୍ଡାଇ  ବାରିଗୋଳ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି। ଉକ୍ତ ଗ୍ରାମର  ପ୍ରମୋଦ ବେହେରା, ପାରିବାରିକ କଳହ ଓ ନିଶାସକ୍ତ ଅବସ୍ଥାରେ ନିଜ ପୁତୁରା ରଞ୍ଜୁ ବେହେରା (ଚଗ)  ଙ୍କୁ ଛୁରୀ ରେ ଆକ୍ରମଣ କରିଥିଲେ। ଆକ୍ରମଣ ପରେ ସେ ଘଟଣା ସ୍ଥଳରୁ ଫେରାର ହୋଇଥିଲେ।

ଏହି ଘଟଣା ପରେ ନିଶ୍ଚିନ୍ତକୋଇଲି ବ୍ଲକ ଦୂଲୁପୁର ଗ୍ରାମର କିଛିଲୋକ ରାତି ରେ ତାଙ୍କୁ ନଦୀ ବନ୍ଧରେ ସନ୍ଦିଗ୍ଧ ଅବସ୍ଥାରେ ଦେଖି ପଚରା ଉଚରା କରିବାରୁ ପ୍ରମୋଦ ସେମାନଙ୍କ ସମ୍ମୁଖରେ ଉକ୍ତ ଘଟଣା ସ୍ୱୀକାର କରିଥିଲେ।

ପରେ ଦୁଳୁପୁର ଗ୍ରାମବାସୀ ମାହାଳହାଟ ଫାଣ୍ଡି  ଅଧିକାରୀ ଅଜୟ ମହାନ୍ତିଙ୍କୁ ଜଣାଇବା ପରେ ମାହାଳହାଟ ଫାଣ୍ଡି  ଅଧିକାରୀ ତତକ୍ଷଣାତ୍ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ କୁ ଅଟକ ରଖି ସାଲେପୁର ଥାନା ସହ ଯୋଗାଯୋଗ କରିଥିଲେ । ପରେ ଜଣା ପଡିଥିଲା ଯେ, ଉକ୍ତ ବ୍ୟକ୍ତି ଙ୍କ ନାମରେ ସୋମବାର ସାଲେପୁର ଥାନାରେ ଅଭିଯୋଗ ହୋଇଥିଲା । ଘଟଣା ସ୍ଥଳରେ ସାଲେପୁର ଥାନା ପୋଲିସ ପହଞ୍ଚି ଅଭିଯୁକ୍ତ କୁ ଗିରଫ କରିବା ସହିତ ଅଧିକ ତଦନ୍ତ ନିମିତ୍ତ ସାଲେପୁର ଥାନାକୁ ନେଇଛନ୍ତି । ପୋଲିସ ଘଟଣା ସଂପର୍କରେ ତଦନ୍ତ କରିବାସହ ଅଭିଯୁକ୍ତ ପ୍ରମୋଦ ବେହେରାଙ୍କୁ ଅଟକ ରଖିଛି।

Leave a Reply

Your email address will not be published. Required fields are marked *