ଇନର ହୁଇଲ୍ ତୋଷାଳୀ ଚେୟାରମ୍ୟାନ୍ ଙ୍କ ଗସ୍ତ କାର୍ଯ୍ୟକ୍ରମ

ଭୁବନେଶ୍ୱର,୦୫/୦୧/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭୁବନେଶ୍ୱରସ୍ଥିତ ଆର୍ୟ୍ୟାପ୍ୟାଲେସ ଠାରେ ଜିଲ୍ଲା ୩୨୬ ର ଚେୟାରମ୍ୟାନ୍ ଙ୍କ ଗସ୍ତ ବହୁ ଧୂମଧାମ୍ ରେ ପାଳିତ ହୋଇ ଯାଇଛି । ୩୨୬ ଜିଲ୍ଲାର ଇନର ହୁଇଲ୍ ତୋଷାଳୀ ଅନ୍ୟତମ ଅଟେ ।

ଶ୍ରୀମତୀ ମଧୁସ୍ମିତା ତ୍ରିପାଠୀ ତୋଷାଳୀ ଯୋଗଦାନ କରି ବହୁ ମୂଲ୍ୟବାନ୍ ମତାମତ ଉପସ୍ଥାପିତ କରିଥିଲେ । କ୍ଲବର ପ୍ରେସିଡେଣ୍ଟ ଶ୍ରୀମତୀ ସୋନାଲ ମୁଖାର୍ଜୀ ଓ ସେକ୍ରେଟାରୀ ଶ୍ରୀମତୀ ସୁପ୍ରିୟା ପୃଷ୍ଟିଙ୍କ ସହଯୋଗରେ କାର୍ୟ୍ୟକ୍ରମଟି ଉଚ୍ଚ କୋଟିର ହୋଇପାରିଥିଲା ।

ସମସ୍ତ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଶ୍ରବଣ ଯନ୍ତ୍ର ମଧ୍ୟ୍ୟ ଦାନ କରାଯାଇଥିଲା । ନୂଆ ମେମ୍ବର ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀମତୀ ଚନ୍ଦ୍ରଲେଖା ରଥ କାର୍ୟ୍ୟକ୍ରମ ଟିକୁ ସଂଯୋଜନା କରିଥିଲେ । ଶ୍ରୀମତୀ ଅନିତା ରାଉତ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *