ଭୁବନ ସ୍ୱାୟତ୍ତ ଶାସନ ଦିବସ ଦିବସ ପାଳିତ

ଭୁବନ,୩୧/୦୮/୨୦୨୫ (ଓଡ଼ିଶା ସମାଚାର)-ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ନିଖିଳ ଉତ୍କଳ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ନଗରପାଳ ଶୁଭେନ୍ଦୁ କୁମାର ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ୱଚ୍ଛ ସାଥୀ, ସ୍ୱଚ୍ଛ କର୍ମୀ,ସଫେଇ କର୍ମଚାରୀ ଓ ଭୁବନ ଜନ ସାଧାରଣ ଙ୍କ ସହଯୋଗରେ ସ୍ୱଚ୍ଛ ସର୍ବେକ୍ଷଣ ୨୦୨୪ ରେ ଭୁବନ ସାରା ରାଜ୍ୟରେ ୧୩ ନମ୍ବର ଓ ଢେ଼ଙ୍କାନାଳ ଜିଲ୍ଲାରେ ପ୍ରଥମ ସ୍ଥାନ ହାସଲ କରିବା ଆମ ପାଇଁ ଗର୍ବ ଓ ଗୌରବ ପାଲଟିଛି ।

ନିଜର କର୍ତ୍ତବ୍ୟ କୁ ନିଷ୍ଠାର ସହ ପାଳନ କରି ସହରକୁ ସ୍ୱଚ୍ଛ ରଖିବା ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ । ଭୁବନ ଏନ୍ ଏ ସି କୁ ରାଜ୍ୟର ଶ୍ରେଷ୍ଠ ଏନ୍ ଏ ସି ଭାବେ ଗଢି ତୋଳିବାକୁ ସମସ୍ତଙ୍କ ସହଯୋଗ ଜରୁରୀ ବୋଲି ନଗରପାଳ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କାର୍ଯ୍ୟାଳୟ ପରିସରରେ ବୃକ୍ଷ ରୋପଣ କରାଯାଇଥିଲା।

ଉପାଧ୍ୟକ୍ଷା ମାନିନୀ ସାହୁ,କାଉନସିଲର ଗିରିଧାରୀ ସାହୁ,ପପୁ କୁମାର ସାହୁ, କଳ୍ପନା ବେହେରା,ଝୁନି ନାୟକ ଙ୍କ ସମେତ ସ୍ୱଚ୍ଛ ସାଥୀ,ସ୍ୱଚ୍ଛ କର୍ମୀ ଓ ଗୋଷ୍ଠୀ ସଙ୍ଗଠିକା ଚିକୁମୀନା ପଟ୍ଟନାୟକ,କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ନାଥ ସାହୁ,ଶକ୍ତି ପ୍ରସାଦ ସାହୁ ଙ୍କ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । ପରେ କାଳୀ ବଜାର ସ୍ଥିତ ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରାଯିବା ସହ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା।

Leave a Reply

Your email address will not be published. Required fields are marked *