ଭୁବନେଶ୍ୱର,୦୩/୧୨/୨୦୨୪ (ଓଡ଼ିଶା ସମାଚାର)- ପ୍ରତିବର୍ଷ ଡିସେମ୍ବର ୩ ତାରିଖକୁ ସାରା ବିଶ୍ୱରେ ଭିନ୍ନକ୍ଷମ ଦିବସ ପାଳନ କରୁଥିଲାବେଳେ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ଦ୍ଵାରା ରାଜ୍ୟର ପ୍ରଥମ ମୁକ-ବଧିର ଛାତ୍ରଛାତ୍ରୀ ମାନଙ୍କ ପାଇଁ ପ୍ରତିଷ୍ଠା କରାଯାଇଥିବା ସତ୍ୟଭାମା ଦେବୀ ମୁକ ବଧିର ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କୁ ନେଇ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ତରଫରୁ ଭିନ୍ନକ୍ଷମ ଦିବସ ପାଳନ କରାଯାଇଥିଲା । ଏଥିରେ ଉକ୍ତ ମହାବିଦ୍ୟାଳୟରେ ପଢୁଥିବା ୪୫୦ ଜଣ ମୁକ ବଧିର ଛାତ୍ର ଛାତ୍ରୀ ଯୋଗଦାନ କରିଥିଲେ । ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ସୁଶ୍ରୀ ନିରୋଜା ଲକ୍ଷ୍ମୀ ମହାପାତ୍ର ଛାତ୍ର ଛାତ୍ରୀଙ୍କୁ କହିଥିଲେ ଯେ ସାରା ବିଶ୍ଵରେ ଯେତିକି ଲୋକ ବସବାସ କରୁଛନ୍ତି ସେମାନଙ୍କ ମଧ୍ୟରୁ ୧୫ ପ୍ରତିଶତ ହେଉଛନ୍ତି ଭିନ୍ନକ୍ଷମ । ଏହି ଭିନ୍ନ କ୍ଷମ ବ୍ୟକ୍ତି ମାନଙ୍କୁ ନିଛ ଦୃଷ୍ଟିରେ ନ ଦେଖି ସେମାନଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଲେ ସେମାନେ କୌଣସି ଗୁଣରେ କମ ହେବେ ନାହିଁ । ମାନବ ସମ୍ବଳର ଏହି ବିଶାଳ ଅଂଶକୁ କେବେ ବି ଅନାଦେଖା କରିହେବ ନାହିଁ । ଯୋଗଦାନ କରିଥିବା ପିଲାମାନଙ୍କୁ କହିଥିଲେ ଯେ ଜନ୍ମରୁ ସଦ୍ଦ ଶୁଣିପାରୁନଥିବା,କହିପାରୁନଥିବା ଓ ଦେଖିପାରୁନଥିବା ଅମ୍ଳାନ ବ୍ୟକ୍ତିତ୍ବ ଥିଲେ ହେଲେନ କିଲର ଯିଏ କି ଏକ ଧାରାରେ ଜଣେ ଲେଖକ, ରାଜନୀତିଜ୍ଞ ଓ ଅଧ୍ୟାପକ । ସେ ନିଜେ ଦ୍ରୁଷ୍ଟି, ବାକ ଶ୍ରବଣ ବାଧିତ ଥିଲେ ମଧ୍ୟ ସେ ସେଙ୍କେତିକ ଭାଷାର ଆବିଷ୍କାର କରିଥିଲେ, ସେଥି ପାଇଁ ତାଙ୍କୁ ସେଙ୍କେତିକ ଭାଷାର ଜନକ କୁହାଯାଏ । ସେହିପରି ଭାବରେ ଜଣେ ଦ୍ରୁଷ୍ଟିବାଧିତ ଥିଲେ ରବୀନ୍ଦ୍ର ଜୈନ ଯେ କି ରାମାୟଣ ସଙ୍ଗୀତର ସ୍ଵର ସଂଯୋଜକ ଥିଲେ ଓ ଜନ୍ମାନ୍ଧ ଭୀମଭୋଇଙ୍କର ମଧ୍ୟ ସମଯରେ ଅନେକ ଅବଦାନ ରହିଛି । ଯାହାଙ୍କର ବାଣୀ ଜାତି ସଂଘର ମୁଖ୍ୟ କାର୍ଯ୍ୟ।ଳୟରେ ଶୋଭା ପାଉଛି । ସେହି ପରି ଭାବରେ ମୁକ- ବଧିର ବ୍ୟକ୍ତି ହେଉଛନ୍ତି ଏଥିଲିନ ଗ୍ରେନ, ଯେ କି ବାଦ୍ୟ ଜନ୍ତ୍ରରେ ଝଙ୍କାର ତୋଳି ସାରା ମାନବ ସମାଜକୁ ଚକିତ କରାଇ ଦେଇଥିଲି । ସେହିଭଳି ବାକ ଶକ୍ତି ବିହୀନ A Brief History of Time ( ଏ ବ୍ରିଫ ହିଷ୍ଟ୍ରି ଓଫ ଟାଇମ)ର ରଚୟତା Stephen Hawaking(ଷ୍ଟେଫେନ ହକିଙ୍ଗ) ଜଣେ ମହାନ ବ୍ୟକ୍ତି ଯେ କି ବିଜ୍ଞାନ ଜଗତକୁ ସେ ଭେଟି ଦେଇଥିଲେ କୃଷ୍ଣ ଗୌହର ଭଳି ଅନେକ ତତ୍ତ୍ଵ ଯଦି ଏହିମାନେ ବାକ ଶକ୍ତି, ଶ୍ରବଣ ବାଧିତ ହୋଇ ମହୀ ସମାଜକୁ ଦିଗଦର୍ଶନ ଦେଇପାରିଛନ୍ତି ଏହି ମୁକ-ବଧିର ଛାତ୍ରଛାତ୍ରୀ ମାନେ ପ୍ରଚେଷ୍ଟା କାଲେ ସେମାଙ୍କ ଭଳି ହିପାରିବେ । ତେଣୁ ଛାତ୍ର ଛାତ୍ରମାନକଙ୍କୁ ପରାମର୍ଶ ଦେଇଥିଲେ ଯେ ତୁମେ ମାନେ ପ୍ରଚେଷ୍ଟା କାଲେ ସମାଜ ନିଶ୍ଚିତ ଭାବେ ଇତିହାସ ରଚନ କରିପାରିବ । ଉଲ୍ଲେଖନିୟ ଯେ ରାଜ୍ୟରେ ଉକ୍ତ ମୁକ ବଧିର ଛାତ୍ର ଛାତ୍ରୀଙ୍କର ଉଚ ଶିକ୍ଷାପାଇଁ କୌଣସି ମହାବିଦ୍ୟାଳୟ ନ ଥିବା ସତ୍ୟଭାମା ଦେବୀ ୱେଲଫେୟର ଟ୍ରଷ୍ଟ ତରଫରୁ ୨୦୦୭ ମସିହାରେ ପ୍ରଥମେ ସତ୍ୟଭାମା ଦେବୀ ମୁକ-ବଧିର ମହାବିଦ୍ୟାଳୟ ପ୍ରତିସ୍ତା କରଯାଇଥିଲା । ଯେଉଁ ମହାବିଦ୍ୟାଳୟରୁ ୧୦୦୦ ରୁ ଉର୍ଦ୍ଦ ଜଣ ଛାତ୍ର ଛାତ୍ରୀ ଉଛ ଶିକ୍ଷା ପାଇସାରିଥିବା ବେଳେ ୪୫୩ ଜଣ ଛାତ୍ର ଛାତ୍ରୀ ଉଚ୍ଛ ଶିକ୍ଷା ଗ୍ରହଣ କରୁଛନ୍ତି ଏବଂ ଉଚ ଶିକ୍ଷା ପାଇଥିବା ଛାତ୍ର ଛାତ୍ରୀମାନଙ୍କ ମଧ୍ୟରୁ ଅନେକ ସରକାରୀ ଓ ବେସରକାରୀ ସ୍ତରର ନିଯୁକ୍ତି ପାଇବାର ସୁଯୋଗ ପାଇଛନ୍ତି ।
ଉକ୍ତ କାର୍ଯ୍ୟକ୍ରମରେ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟ ଚେୟାରମ୍ୟାନ ଶ୍ରୀଯୁକ୍ତ ଦିଲୀପ ରାୟ ମଧ୍ୟ ଉପସ୍ଥିତ ରହି ଅଭିଭାଷଣରେ କହିଥିଲେ ଏହି ପିଲା ମାନେ କୌଣସି ଗୁଣରେ କମ ନୁହନ୍ତି ସମସ୍ତଙ୍କର ସହଯୋଗ ଓ ସକାରାତ୍ମକ ଚିନ୍ତାଧାରା ରହିଲେ ଏମାନେ ନିଶ୍ଚୟ ଇତିହାସ ରଚନା କରିପାରିବେ । ଏଠି ସହିତ ଭାଇସ ଚେୟାର ମ୍ୟାନ ଶ୍ରୀଯୁକ୍ତ ମନୋଜ ନନ୍ଦ ମଧ୍ୟ ଟ୍ରଷ୍ଟର କାର୍ଯ୍ୟ କଳାପ ସମ୍ବନ୍ଧରେ ନିଜର ଓଜସ୍ୱିନୀ ମତାମତ ରଖିଥିଲେ । ଏଠି ସହିତ ଟ୍ରଷ୍ଟର ଅନ୍ୟାନ୍ୟ ଟ୍ରଷ୍ଟିମାନେ ଶ୍ରୀଯୁକ୍ତ ରବୀନ୍ଦ୍ର ସାହୁ ଓ ଶିଶିର ଦାସ ମଧý ଉପଷ୍ଟିତ ଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରି ଶ୍ରୀଯୁକ୍ତ ପ୍ରମଥେସ ପଟ୍ଟନାୟକ, ଭାଇସ ପ୍ରେସିଡେନ୍ଟ ଟ୍ରଷ୍ଟ ହେଡ, ଏଚ, ଡି,ଏଫ, ସି ବ୍ୟାଙ୍କ ସତ୍ୟଭାମା ଦେବୀ ୱେଲଫେୟାର ଟ୍ରଷ୍ଟର ଏହି ପଦକ୍ଷେପକୁ ଅଧିକ ପ୍ରଶଂସା କରିଥିଲେ ଏବଂ ଶ୍ରୀଯୁକ୍ତ ଭବାନୀ ମହାପାତ୍ର ପ୍ରମୁଖ ଆଙ୍କର OTV ମଧ୍ୟ ଉକ୍ତ ଅନୁଷ୍ଠାନର ଅଧ୍ୟୟନ କରୁଥିବା କହି ପାରୁନଥିବା, ଶୁଣି ପାରୁନଥିବା ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ପରିବେଷଣ କରାଯାଇଥିବା ସ୍ଵାଗତ ନୃତ୍ୟ ଦେଖି ଅଭିଭୂତ ହୋଇଯାଇଥିଲା ଓ କହିଥିଲା ଏମାନେ କୌଣସି ଗୁଣରେ କମ ନୁହନ୍ତି ଏବଂ ଚେଷ୍ଟା କଲେ ଏମାନେ ଦିନେ ବଡ ମଣିଷ ହୋଇ ପାରିବେ । ଏହି ସହିତ ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଶ୍ରୀମତୀ ସୁପ୍ରିୟା ଦାସ ପ୍ରମୁଖ ଅଦ୍ଧର, ନକ୍ଷେତ୍ର news , ମୀର ଅଲ୍ଲୀ, ଅହମ୍ମଦ ସାମାଜିକ କର୍ମୀ, ବରିଷ୍ଠ ସାମ୍ବାଦିକ ଗୁରୁପଦ ନାଥ ଓ ବିଶେଷ ଆକର୍ଷଣ ହାସ୍ୟ ଅଭିନେତା ଜ୍ଞାନ ବାରିକ ମଧ୍ୟ ଟ୍ରଷ୍ଟର ଏପରି କାର୍ଯ୍ୟକୁ ଅଧିକ ପ୍ରସଂଶା କରିଥିଲେ । ଶ୍ରୀମତୀ ସନ୍ତୋସିନୀ ଜୈନ, ସାମାଜିକ କର୍ମୀ ମଧ୍ୟ ଉପସ୍ଥିତ ରହିଥିଲେ ଏବଂ ସହଯୋଗର ହାତ ମଧ୍ୟ ବଢ଼ାଇଥିଲେ । ଉକ୍ତ କାର୍ଯ୍ୟ କ୍ରମକୁ ଉକ୍ତ ମହାବିଦ୍ୟାଳୟର ଅଧ୍ୟକ୍ଷା ପରିକ୍ରମଣ କରିବା ସହ ସାଙ୍କେତିକ ଭାଷାରେ ସମସ୍ତଙ୍କୁ ଅବଗତ କରାଇଥିଲେବୋଲି ଉକ୍ତ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ନିରୋଜ ଲକ୍ଷ୍ମୀ ମହାପାତ୍ର ଜଣାଇଛନ୍ତି ।