ପାତାଳୀ ନଦୀରେ ଡଙ୍ଗାବୁଡି : ସମସ୍ତ ମୃତ ଦେହ ଉଦ୍ଧାର

କୋରାପୁଟ,୨୯/୧୨/୨୦୨୩ (ଓଡ଼ିଶା ସମାଚାର)- କୋରାପୁଟ ଜିଲା ନନ୍ଦପୁର ବ୍ଲକ କୁଲାରସିଂ ପଞ୍ଚାୟତର ତାନସିଂ ଗ୍ରାମର ୩ ମହିଳା ଏବଂ ଦୁଇ ନାବାଳିକା ଏହିପରି ମୋଟ୍ ୫ ଜଣ ଏକ ଦେଶୀ ଡଙ୍ଗାରେ ବାଡେଲ ଗ୍ରାମକୁ ଏକ ବାହାଘରରେ ଯୋଗ ଦେବାକୁ ଯାଇଥିଲେ। ନିଜ ଗାଁ କୁ ଫେରିବା ସମୟରେ ଡଙ୍ଗାଟି ପାତାଳୀ ନଦୀରେ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ସମସ୍ତ ୫ ଜଣ ନିଖୋଜ ହୋଇଯାଇଥିଲେ। ପରେ ଅଗ୍ନୀଶମ ବାହିନୀ ଓ ଓଡ଼ରାଫ ଟିମ୍ ଙ୍କ ଦ୍ୱାରା ଜଣେ ମହିଳାଙ୍କ ମୃତ ଦେହ ଉଦ୍ଧାର କରାଯାଇଥିଲାବେଳେ ଅନ୍ୟ ୪ ଜଣଙ୍କର ପତା ମଳିନଥିଲା । ଆଜି ଅଗ୍ନୀଶମ ବାହିନୀ ନିଖୋଜ ଥିବା ୪ ଜଣଙ୍କ ମୃତ ଦେହ ଉଦ୍ଧାର କରିଛନ୍ତି । ମୃତକ ମାନେ ହେଉଛନ୍ତି ଲାଲମଣି ସୀସା (୫୦), ଶଶିରେଖା ଆର୍ଲାବ(୩୫), ନବିନା ଆର୍ଲାବ(୧୪), ପୁଷ୍ପାଞ୍ଜଳି ଆରଲାବ(୫) ଓ କ୍ରାନ୍ତି ସିସା(୮) ।

Leave a Reply

Your email address will not be published. Required fields are marked *