କଲ୍ୟାଣପୁର ରେ ସାଂସ୍କୃତିକ ଉତ୍ସବ ଓ ପୁରସ୍କାର ପ୍ରଦାନ ସମାରୋହ

ମାହାଙ୍ଗା,୩୧/୦୮/୨୦୨୫ (ଓଡିଶା ସମାଚାର/ ଅଭୟ ଜେନା)- ଯୁଗଜ୍ୟୋତି ସାଂସ୍କୃତିକ ପରିଷଦ କଲ୍ୟାଣପୁରର ବାର୍ଷିକ ଉତ୍ସବ ଏବଂ ଶ୍ରୀ ଶ୍ରୀ ଥାନପତି ବଡ଼ ଗଣେଶ ମହୋତ୍ସବ ଅନୁଷ୍ଠିତ  ହୋଇଯାଇଛି । କୁହୁଣ୍ଡା ପଞ୍ଚାୟତର ବିଭିନ୍ନ ଗ୍ରାମରୁ ଶିଶୁ ଓ କିଶୋର କଳାକାର ମାନଙ୍କ ମଧ୍ୟରେ ନୃତ୍ୟ ଏବଂ ସଂଗୀତ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଏକକ ଏବଂ ଗୋଷ୍ଠୀଗତ ଭାବରେ ୫୦ ରୁ ଉର୍ଦ୍ଧ୍ଵ ପ୍ରତିଯୋଗୀ ଏହି କାର୍ଯ୍ୟକ୍ରରେ ଅଂଶଗ୍ରହଣ କରିବା ଦେଖିବାକୁ ମିଳିଥିଲା ।   ବିଚାରକ ଭାବେ ସଂଗୀତ ନିର୍ଦ୍ଦେଶକ ରମେଶ ଚନ୍ଦ୍ର ମହାନ୍ତି ଏବଂ କୋରିଓଗ୍ରାଫର କଳିଙ୍ଗ କେଶରୀ ପଣ୍ଡା ଯୋଗଦେଇଥିଲେ ।

ପୁରସ୍କାର ବିତରଣ ଉତ୍ସବରେ ଅନୁଷ୍ଠାନର ସଭାପତି ରବୀନ୍ଦ୍ର ନାଥ ଦାସ ଅଧ୍ୟକ୍ଷତା କରିଥିଲେ ।  ମୁଖ୍ୟଅତିଥି ଭାବେ କୁଣ୍ଡି ସେବା ସମବାୟ ସମିତି ସଭାପତି ତଥା ସାହିତ୍ୟିକ ଅଖିଳେଶ ପଦ ମହାନ୍ତି  ଯୋଗଦେଇ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଉତ୍ସବ ପାଳନ ଦ୍ୱାରା,ଗାଁ’ରେ ଭାଇଚାରା ଓ ସଦଭାବନା ସୃଷ୍ଟି ହୋଇଥାଏ ବୋଲି କହିଥିଲେ ।

ସମ୍ମାନିତ ଅତିଥି ଭାବେ ପୂର୍ବତନ ସରପଞ୍ଚ ହେମନ୍ତ କୁମାର ପ୍ରଧାନ, ମୁଖ୍ୟବକ୍ତା ଭାବେ ପୂର୍ବତନ ସି ଆର ସି ଭାରତ ଭୂଷଣ ଦାସ ଯୋଗଦେଇ ଆମ ମାଟିର ସାଂସ୍କୃତିକ ଧରୋହରକୁ ଆହୁରି ବ୍ୟାପକ କରିବା ପାଇଁ ଆହ୍ୱାନ ଦେଇଥିଲେ ।  ଯୁବ ସଂଗୀତ ଶିଳ୍ପୀ ଅଚ୍ୟୁତାନନ୍ଦ ପଣ୍ଡା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ସେନା ଅଧିକାରୀ ବିଜୟ କେତନ କର, ସମାଜସେବୀ ସୁଧୀର ମହାନ୍ତି, ଅଚ୍ୟୁତାନନ୍ଦ ପଲେଇ,ଭାଗ୍ୟଧର ମହାନ୍ତି,ନିରଞ୍ଜନ ମୁଦୁଲି,ଗଣେଶ ବିହାରୀ,ରବୀନ୍ଦ୍ର ପୃଷ୍ଟି, ବିଭୂତି ଭୂଷଣ ଦାସ, ଦିଲୀପ କୁମାର ବାରିକ,ଶିବପ୍ରସାଦ ବେହେରା,ଲକ୍ଷ୍ମୀଧର ବେହେରା,ଚିତ୍ତ ରଞ୍ଜନ ଦାସ, ପ୍ରମୁଖ ଉପସ୍ଥିତ ଥିଲେ ।

ପୂଜା କମିଟି ପକ୍ଷରୁ ଉତ୍ସବରେ ଯୋଗଦେଇଥିବା ଅତିଥି ମାନଙ୍କୁ ପୁଷ୍ପଗୁଛ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ପଞ୍ଚାୟତ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରି କୃତୀତ୍ୱ ଅର୍ଜ୍ଜନ କରିଥିବା କିଶୋର ଏବଂ କିଶୋରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁମନ୍ତ ପଲେଇ, ମନୋଜ ଦାସ, ଗଦାଧର ସାହୁ, ସନାତନ ସାହୁ, ପ୍ରଦୀପ ପଲେଇ,ବିଜୟ ଦାଶ, ହିମାଂଶୁ ବେହେରା, ସ୍ମୁତି ରଞ୍ଜନ ଦାସ, ମାନସ ବେହେରା, ମନୋଜ ପଲେଇ, ସ୍ମୁତିରଞ୍ଜନ ଦାଶ, ଦେବ ପ୍ରସାଦ ବେହେରା, ବିନୋଦ ବେହେରା, ବିକ୍ରମ କେଶରୀ ବେହେରା, ବିଭୂପଦ ବେହେରା,ଗୌତମ ବେହେରା,ଲୋକନାଥ ସାହୁ, ରାକେଶ ବେହେରା,ପ୍ରଣବ ବେହେରା, ପ୍ରକାଶ ବେହେରା,ବିନୋଦ ସାହୁ,ଗଣେଶ୍ୱର ପାଣି, ସମ୍ବିତ ବେହେରା, ଚନ୍ଦନ ବେହେରା, ପ୍ରମୁଖ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *