ମା ଖରାଖାଇ ଙ୍କ ପୀଠ ରେ ଗଣେଶ ମହୋତ୍ସବ ଉପଲକ୍ଷେ ନୃତ୍ୟ ପ୍ରତିଯୋଗିତା-୨୦୨୫ ଅନୁଷ୍ଠିତ

କଟକ ୩୧/୦୮/୨୦୨୫ (ଓଡିଶା ସମାଚାର / ଅଭୟ ଜେନା) କଟକ ମହାନଗର ନିଗମର ୫୯ ନମ୍ବର ଓ୍ୱାର୍ଡ ଅନ୍ତର୍ଗତ ମୁଗ ଭଙ୍ଗା ଗ୍ରାମର ଆରାଧ୍ୟା ଦେବୀ ମା’ଖରାଖାଇଙ୍କ ପୀଠରେ ମା’ଖରାଖାଇ ଯୁବକ ସଂଘ  ଆନୁକୂଲ୍ୟରେ ଅନୁଷ୍ଠିତ ଗଣେଶ ମହୋତ୍ସବ ଉପଲକ୍ଷେ ଏକ ନୃତ୍ୟ ସଙ୍ଗୀତ ଭିତ୍ତିକ ରଙ୍ଗାରଙ୍ଗ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଭୁତି ବିହାରୀ ତ୍ରିପାଠୀ, ମୁଖ୍ୟ ବିଚାରପତି ଭାବେ ବିଶିଷ୍ଟ ଚଳଚିତ୍ର ନିର୍ଦ୍ଦେଶକ ଓ ନୃତ୍ୟ ନିର୍ଦ୍ଦେଶକ ବଵି ଇସଲାମ, ବିଚାରପତି ଭାବେ ନୃତ୍ୟଗୁରୁ ସୌଭାଗ୍ୟ ଲେଙ୍କା ଯୋଗ ଦେଇଥିବା ବେଳେ କାର୍ଯ୍ୟକ୍ରମଟିକୁ ସଂଯୋଜନା ଓ ଉପସ୍ଥାପନା କରିଥିଲେ ଲେଖକ ଓ ଗୀତିକାର ତଥା ନିର୍ଦେଶକ ପ୍ରସନ୍ନ କୁମାର ବିଶ୍ବାଳ। କାର୍ଯ୍ୟକ୍ରମ ଶେଷରେ କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ପୁରସ୍କୂତ କରାଯାଇଥିଲା। କାର୍ଯ୍ୟକ୍ରମଟିକୁ ମା’ଖରାଖାଇ ଯୁବକ ସଂଘର ସମସ୍ତ କର୍ମକର୍ତ୍ତା ଏଵଂ ମୁଗଭଙ୍ଗା ଗ୍ରାମର ସମସ୍ତ ଗ୍ରାମବାସୀମାନେ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *