କାନ୍ଧରେ ବୋହି ଶ୍ମଶାନକୁ ନେଲେ ସମାଜସେବୀ ଦେବେନ୍ଦ୍ର
ନିଶ୍ଚିନ୍ତକୋଇଲି,୨୪/୦୯/୨୦୨୬ (ଓଡିଶା ସମାଚାର /ଅଭୟ ଜେନା)ନିଶ୍ଚିନ୍ତକୋଇଲି ପଞ୍ଚାୟତର ପୂର୍ବତନ ସମିତିସଭ୍ୟ ଜ୍ୟୋତିରଂଜନ ସ୍ବାଇଁଙ୍କ ପିତା ହରେକୃଷ୍ଣ ସ୍ବାଇଁ (୮୯ ବର୍ଷ)ଙ୍କ ର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ପରଲୋକ ଘଟିଛି । ସେ ଜଳସେଚନ ବିଭାଗରେ ଚାକିରିରୁ ଅବସର ନେବାପାରେ ପଞ୍ଚାୟତରେ ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ। ତାଙ୍କ ବିୟୋଗର ଖବର ପାଇଁ ଅଚ୍ୟୁତସେବା ସଦନର ଅଧ୍ୟକ୍ଷ ସମାଜସେବୀ ଦେବେନ୍ଦ୍ର ବସ୍ତିଆ ତାଙ୍କ ବଡକ୍ଷୀର – ଗୋପପୁର ସ୍ଥିତ ବାସଭବନରେ ଶେଷ ଦର୍ଶନ କରି ଗଭୀର ଶୋକବ୍ୟକ୍ତ କରିଥିଲେ ।
ଏକ ଶୋଭାଯାତ୍ରାରେ ସ୍ବର୍ଗତ ସ୍ବାଇଁଙ୍କ ମରଶରୀରକୁ ଶ୍ରୀ ବସ୍ତିଆ ନିଜ କାନ୍ଧରେ ବୋହି ଗ୍ରାମ ଶ୍ମଶାନକୁ ନେଇଥିଲେ। ବିରେନ୍ ବେହେରା, କିଶୋର ବସ୍ତିଆ, ପ୍ରବୀର ରାଉତ, ସୁଧୀର ଭୂୟାଁଙ୍କ ସମେତ ଅଚ୍ୟୁତ ସେନାର ବହୁ ସଭ୍ୟ ଯୋଗ ଦେଇଥିଲେ । ମୃତ୍ୟୁଶଯ୍ୟା ନିକଟରେ ସାନ ଭାଇ ସୁକାନ୍ତ କୁମାର ସ୍ବାଇଁଙ୍କ ସମେତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ । ଗ୍ରାମ ଶ୍ମଶାନରେ ଶବ ଦାହ କରାଯାଇଥିବା ବେଳେ ଜ୍ୟେଷ୍ଠପୁତ୍ର ଅରୁଣ ମୁଖାଗ୍ନି ଦେଇଥିଲେ।
