ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା ଭଗବାନ ପତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳୀ

କେନ୍ଦ୍ରାପଡ଼ା,୨୩/୦୯/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଶ୍ରୀବଳଦେବଜୀଉଙ୍କ ବଡପଣ୍ଡା, ପଣ୍ଡିତସଭାର ସଦସ୍ୟ ତଥା କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟ ପ୍ରାକ୍ତନ ଇତିହାସ ବିଭାଗ ପ୍ରାଧ୍ୟାପକ ଭଗବାନ ପତ୍ରୀଙ୍କୁ ଆଜି ବଡମଙ୍ଗଳାସ୍ଥିତ କଳିଙ୍ଗ ପ୍ୟାଲେସ ମଣ୍ଡପରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଇଯାଇଛି ।

ଏହି ଉପଲକ୍ଷେ ପଣ୍ଡିତ ହୃଷିକେଶ ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସ୍ମତିଚାରଣ ସଭାରେ ଜିଲା ବିଜେଡି ଯୁବ ସଭାପତି ରାଜେଶ ଦାସ, ଯୁବନେତା ରାଜେଶ ପଣ୍ଡା, ବିଜେପି ନେତ୍ରୀ ଗିତାଞ୍ଜଳୀ ସେଠୀ, ବଳଦେବଜୀଉ ଦେବୋର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ପୂର୍ବତନ କାଉନସିଲର ହିରଣ୍ୟ ପଣ୍ଡା, ପ୍ରାକ୍ତନ ପୈାରାଧ୍ୟକ୍ଷ ଧିରେନ କୁମାର ସାହୁ, ନୀଳମାଧବ ଦାସ, ଅକ୍ଷୟ କୁମାର ପତ୍ରୀ, କ୍ଷୀରୋଦ କୁମାର ପଣ୍ଡା, କୁଳମଣୀ ପଣ୍ଡା,ଦିଲ୍ଲିପ କୁମାର ମିଶ୍ର, ସନ୍ତୋଷ କଲ୍ୟାଣ କାନୁନଗୋ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ପ୍ରତାପ ଚନ୍ଦ୍ର୍ର ଦାସ, ଶିକ୍ଷାବିତ ହେମନ୍ତ କୁମାର ଜେନା, ଅଜୟ ସାମଲ, ଗୌରାଙ୍ଗ ଲେଙ୍କା, ବ୍ରଜସୁନ୍ଦର ଦାସ, ଶ୍ରୀଜୀଉଙ୍କ ସେବାୟତ ତଥା ଜ୍ୟେଷ୍ଠଭ୍ରାତା ମାଧବଚନ୍ଦ୍ର ପତ୍ରୀ, ନୃସିଂହ ଚରଣ ତ୍ରିପାଠୀ, କାଉନସିଲର କାଳୀପ୍ରସାଦ ମିଶ୍ର, ମନୋଜ ମର୍ଦ୍ଧରାଜ, ଦେବେନ୍ଦ୍ର ଦାସ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପତ୍ରୀଙ୍କ ସ୍ମୃତିଚାରଣ କରିବା ସହ ତାଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଜ୍ୟେଷ୍ଠପୁତ୍ର ଅସୀତ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *