ବିଷ୍ଣୁପ୍ରିୟା ସେବା ସମିତି ପକ୍ଷରୁ ଚାରା ରୋପଣ କାର୍ଯ୍ୟକ୍ରମ 

କଟକ ସଦର, ୩୧/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ଅଗ୍ରଣୀ ସାମାଜିକ ସଂଗଠନ ‘ଵିଷ୍ଣୁପ୍ରିୟା ସେବା ସମିତି’ ପକ୍ଷରୁ ଆଜି ରବିବାର ଦିନ ରାଜହଂସ କୁଆଖାଇ ପଠାରେ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମିତି ର ଅଧ୍ୟକ୍ଷା ତଥା କଟକ ସଦର ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାଗ୍ୟଲକ୍ଷ୍ମୀ ରାଉତ ଓ ଅଖିଳ ଭାରତ ଯୁବ ଯାଦବ ମହାସଭା ର ସଭାପତି ଇଂ ପ୍ରଦୀପ ବେହେରା ଯୋଗ ଦେଇ ଚାରା ରୋପଣ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।

ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କୃଷକ ମୋର୍ଚ୍ଚା ଉପସଭାପତି ହୃଷିକେଶ ଜେନା, କଂଗ୍ରେସ ନେତା ଉଗ୍ରସେନ ଭୁୟାଁ, ବିଜେଡ଼ି ନେତା ସମର ବେହେରା,ପରମହଂସ ସରପଂଚ ଅଶୋକ ପାତ୍ର, ପୂର୍ବତନ ସରପଂଚ ନିର୍ମଳ ଦାସ, ପୂର୍ବତନ ସରପଂଚ ଅନିରୁଦ୍ଧ ରାଉଳ, ଆୟତପୁର ସରପଂଚ ରାକେଶ ବେହେରା, ଫକିରପଡା ସମିତି ସଭ୍ୟ ସନ୍ତୋଷ ରାଉତ,କମଲ ବାବୁ, ଜଗନ୍ନାଥ ପଣ୍ଡା, ତ୍ରିଲୋଚନ ସ୍ବାଇଁ, ଆଦିକନ୍ଦ ରାଉତରାୟ, ସୁରେଶ ସାହୁ, ଅକ୍ଷୟ ରଂଜନ ଦାଶ,ସମ୍ଭୁନାଥ ନାୟକ, ନିରଞ୍ଜନ ପ୍ରଧାନ,ଵୁଦ୍ଧେଶ୍ୱର ଦାସ,ବିଜୟ ପଣ୍ଡା ପ୍ରମୁଖ ଶତାଧିକ ସଦସ୍ୟ ଯୋଗ ଦେଇଥିଲେ।

କାର୍ଯ୍ୟକ୍ରମ ପରିଚାଳନାରେ କଟକ ସଦର ବିକାଶ ମଞ୍ଚ ସଭାପତି ସୁବୋଧ ବେହେରା ସହାୟତା କରିଥିଲେ। ସୂଚନାଯୋଗ୍ୟ ଯେ ବିଷ୍ଣୁପ୍ରିୟା ସେବା ସମିତି ସମାଜସେବା କ୍ଷେତ୍ରରେ ଶିକ୍ଷା,ସ୍ୱ।ସ୍ଥ୍ୟ କୁ ଅଗ୍ରାଧିକାର ଭିତ୍ତିରେ ଗ୍ରହଣ କରି ଲୋକଙ୍କ ଗ୍ରହଣୀୟ ହୋଇଥିବା ବେଳେ ୨୦୨୫ ରେ ୧ ଲକ୍ଷ ଚାରା ରୋପଣ କରିବାକୁ ଅଗ୍ରସର ହୋଇ ଆଜି ସୁଦ୍ଧା ବିଭିନ୍ନ ସ୍ଥାନରେ ୪୦ ହଜାର ରୁ ଉର୍ଦ୍ଧ୍ବ ଚାରା ରୋପଣ କରି ତା’ର ଯତ୍ନ ନେଉଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *