ମହାନଦୀରେ ବୁଡି ନିଖୋଜ ଥିବା ନାବାଳକ ରାହୁଲର ଶବ ଉଦ୍ଧାର 

କଟକ ସଦର,୨୭/୦୫/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର-୨ ମସଜିଦ ନିକଟରେ ଗତକାଲି ମଙ୍ଗଳବାର ଅପରାହ୍ନରେ ମହାନଦୀରେ ବୁଡି ନିଖୋଜ ଥିବା ବିରିଡ଼ି ଥାନା ଦରଡାପାରି ଗରାମ ଗ୍ରାମର ନବମ ଶ୍ରେଣୀ ଛାତ୍ର ରାହୁଲ ଓରଫ ସୋମନାଥ ସେଠୀ (୧୪) ର ଶବ ଆଜି ବୁଧବାର ସକାଳେ କିଶନନଗର ଥାନା ଵାରଦା ଦଶହରା ପଡିଆ ଦେଵୀ ଗଡା ନିକଟରୁ ଉଦ୍ଧାର ହୋଇଥିବା ଜଣାପଡିଛି। ସକାଳେ ମାଛ ଧରାଳି ମାନେ ନଦୀରେ ଶବ ଭାସୁଥିବା ଖବର ଦେଇଥିଲା ବେଳେ କନ୍ଦରପୁର ପୋଲିସ ଘଟଣାସ୍ଥଳରେ ପହଂଚି ଶବକୁ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇ ଛାନଭିନ ଚଳାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *