ଏସ କୁଣ୍ଡାମାଲ ରେ ନୂଆଖାଇ ଭେଟଘାଟ ।

ଜୁନାଗଡ଼, ୩୧/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମର ବାଵା ସାହେବ ଆମ୍ବେଦକର ଅନୁଷ୍ଠାନ ପକ୍ଷରୁ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ରେକର୍ଡ ଡ୍ୟାନ୍ସ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।ଏଥିରେ ବରିଷ୍ଠ ସମାଜ ସେବୀ ତଥା ଆଇନଜୀବୀ ଦୁର୍ଗା ପ୍ରସାଦ ନ।ଏକ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ନୂଆଖାଇ ଭେଟଘାଟ ର ଉଦେଶ୍ୟ ଓ ମହତ୍ଵ ସମ୍ପର୍କରେ ଅବଗତ କରାଇଥିଲେ ।

ଏଥିରେ ମୁଖ୍ୟ ବକ୍ତା ଭାବେ ହାବସପୁର ଯୋନ ର ଜିଲ୍ଲା ପରିଷଦ ସଭ୍ୟ। ଶାମୁକା ରାଣୀ କୁମାର ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଶିକ୍ଷକ ଯୀଶୁ ରାମ ଗୋପାଳ , ରାଜ କିଶୋର ସାହୁ ,ଆଶିଷ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ।ଡ୍ୟାନ୍ସ ପ୍ରତିଯୋଗିତାରେ ବିଚାରକ ଭାବେ ଭଗବାନ ନ।ଏକ ,ରଘୁନାଥ ନିଆଲ ,ପ୍ରିନ୍ସ ନିଆଲ ଏବଂ ପ୍ରକାଶ ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିରେ ଆୟୋଜକ କମିଟିର ସଭାପତି କପିଳ ନିଆଲ ,ଉପ ସଭାପତି ସିଦ୍ଧାର୍ଥ ନିଆଲ ,ଓମ ସାଗର ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।

ଡ୍ୟାନ୍ସ ପ୍ରତିଯୋଗିତାରେ ଜେଏମବି ଡ୍ୟାନ୍ସ ଗ୍ରୁପ କାଶୀବାହାଲ ପ୍ରଥମ , ବିକି ଡ୍ୟାନ୍ସ ଗ୍ରୁପ ବଡ଼ କୁଟରୁ ଦୂତୀୟ , ମିସ କଳ୍ପନା କେସିଙ୍ଗା ତୃତୀୟ ,ମିସ ପଲ୍ଲବୀ  ଡାବୁ ଗାଁ ଚତୁର୍ଥ ଏବଂ ଇନିଶା ଦୁର୍ଗା ଗୌଡ଼ଛେଣ୍ଡିଆ ପ୍ରଥମ ସ୍ଥାନ ଅଧିକାର କରି ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।କାର୍ଯ୍ୟକ୍ରମ କୁ ନଳିନୀ ପ୍ରଭା ନ।ଏକ ସଂଯୋଜନା କରିଥିବା ବେଳେ ଅନୁଷ୍ଠାନର ରାଜେନ୍ଦ୍ର ସାଗର ,ପ୍ରଦୀପ ନିଆଲ ,କୌଶିକ ନିଆଲ ,କାହ୍ନା ନିଆଲ , ରାଜେଶ ନିଆଲ , ରୀଙ୍କୁ ସାଗର , ପ୍ରତିମା ନ।ଏକ ,ରୂପେଶ ସାଗର , ଗୀତାଞ୍ଜଳୀ ସାଗର ,ଯସ୍ମୀ ରାଣୀ ନାଗ , ଗୌରୀ ନିଆଲ , ରାମ ଚନ୍ଦ୍ର ନିଆଲ , ସୁମନ୍ତ ସାଗର ତଥା ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।ଧନ୍ୟବାଦ ଦେଇଥିଲେ ସ୍ୱରୂପ କୁମାର ନିଆଲ ।

Leave a Reply

Your email address will not be published. Required fields are marked *