ସୋମପୁର ସାଇ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗ ଦେଲେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା 

କଟକ ସଦର ,୧୯/୦୪/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଗତ କିଛି ଦିନ ହେଲା କଟକ ସଦରର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରାଙ୍କ ଗଡ଼ରେ ମାହାଙ୍ଗାର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଘନଘନ ଗସ୍ତକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ଏଥିରେ ପୂର୍ଣ୍ଣ ସହଯୋଗ କରୁଛନ୍ତି ପ୍ରତାପ ଜେନା ଙ୍କ ବାଲ୍ୟ ଵନ୍ଧୁ କଟକ ସଦର ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସତ୍ୟ ଜେନା।

ଏହି ପରିପ୍ରେକ୍ଷୀରେ ଆଜି ରବିବାର ସଂଧ୍ୟାରେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଏଵଂ କଟକ ଜିଲ୍ଲା କଟକ ସଦର ନିର୍ବାଚନ ମଣ୍ଡଳୀ ସରହଦରେ ଅବସ୍ଥିତ ସୋମପୁର ସାଇ ମନ୍ଦିରର ବାର୍ଷିକ ଉତ୍ସବରେ ଯୋଗ ଦେଇଛନ୍ତି ପ୍ରତାପ ଜେନା।ତାଙ୍କ ସହିତ ସତ୍ୟ ଜେନା ଙ୍କ ସମେତ ରଘୁନାଥପୁର ପଞ୍ଚାୟତ ସମିତିର ଉପାଧ୍ୟକ୍ଷ ଦେବାଶିଷ ତ୍ରିପାଠୀ,ସୋମପୁର ସରପଞ୍ଚ ପୀତାମ୍ବର ଦାସ, ଧର୍ମେନ୍ଦ୍ର ସାହୁ ପ୍ରମୁଖ ବହୁ ପ୍ରତାପ ଅନୁଗତ ସାମିଲ ହୋଇଥିଲେ। ଆଗାମୀଦିନରେ ନିର୍ବାଚନ ମଣ୍ଡଳୀ ପୂନର୍ଗଠନ ହେବା ସମ୍ଭାବନା ଥିବାରୁ ପ୍ରତାପ ଜେନା ଏଠାରୁ ପ୍ରାର୍ଥୀ ହେବାକୁ ମନ ବଳାଇ ଥିବା ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *