ମାହାଙ୍ଗା ୧୨/୦୧/୨୦୨୫ (ଓଡିଶା ସମାଚାର /ଅଭୟ ଜେନା)- ମାହାଙ୍ଗା ବ୍ଲକ ସଦର ମହକୁମା କୁଆଁପାଳ ଠାରେ ସ୍ଥାନୀୟ ବଜାର କମିଟି ଏବଂ କୁଆଁପାଳ ଯାତ୍ରା କମିଟିର ମିଳିତ ସହଯୋଗରେ ଆୟୋଜିତ ୬୯ ତମ ଯାତ୍ରା ମହୋତ୍ସବକୁ ସ୍ଥାନୀୟ ବିଧାୟକ ଶାରଦା ପ୍ରସାଦ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ଏହି ସାଂସ୍କୃତିକ ଉତ୍ସବ ୧୯୫୬ ମସିହାରୁ ଅନୁଷ୍ଠିତ ହୋଇଆସୁଛି । ମାହାଙ୍ଗାର ସାଂସ୍କୃତିକ ବୈଭବକୁ ଉଦଜ୍ଜୀବିତ ରଖିବାରେ କୁଆଁପାଳର ଯାତ୍ରା ମହୋତ୍ସବ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି ଯୁବ ବିଧାୟକ ଶ୍ରୀ ପ୍ରଧାନ ମତବ୍ୟକ୍ତ କରିଥିଲେ । ସେ କହିଲେ କେବଳ ମନୋରଞ୍ଜନ ପାଇଁ ଯାତ୍ରା ଓ ନାଟକ ପରିବେଷଣ ହୋଇନଥାଏ । ବରଂ ଏହା ଆମ ମାଟିର ଅସ୍ମିତାକୁ ବର୍ଣ୍ଣାଢ୍ୟ କରିବାରେ ବେଶ ଗୁରୁତ୍ୱ ବହନ କରିଥାଏ । ଶିକ୍ଷାବିତ ଅଭୟ ଚରଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉଦଘାଟନ ସଭାରେ କୁଆଁପାଳ ବଜାର କମିଟି ସଭାପତି ଜ୍ଞାନେନ୍ଦ୍ର ପ୍ରସାଦ ତ୍ରିପାଠୀ,କୁଆଁପାଳ ଯାତ୍ରା କମିଟି ସଭାପତି ମନୋରଞ୍ଜନ ବିଶ୍ୱାଳ, ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ,ଆଇନୀଜୀବୀ ଦୀପକ କୁମାର ମହାନ୍ତି,ସମିତିସଭ୍ୟ ସୁରେନ୍ଦ୍ର ମହାନ୍ତି,ବରିଷ୍ଠ ସାମ୍ବାଦିକ ଅଖିଳେଶ ପଦ ମହାନ୍ତି, ପୂର୍ବତନ ସରପଞ୍ଚ ଅଜୟ କୁମାର ନାୟକ, ପୂର୍ବତନ ସରପଞ୍ଚ ଅଶୋକ କୁମାର ବିଶ୍ୱାଳ,ପ୍ରାକ୍ତନ ସରପଞ୍ଚ ଜିତେନ୍ଦ୍ର ଶତପଥୀ,ସମାଜସେବୀ ଯାଦବନନ୍ଦ ଦାଶ, ସାମ୍ବାଦିକ ଲକ୍ଷ୍ମୀଧର ଖୁଣ୍ଟିଆ,ପୂର୍ବତନ ସରପଞ୍ଚ ସଦାଶିବ ଦାସ,ଯୁବ ସଂଗଠକ ହରେକୃଷ୍ଣ ସାହୁ,ଆଇନୀଜୀବୀ ଗୌତମ ଶତପଥୀ , ଯୁବ ସଂଗଠକ ମୃତ୍ୟୁଞ୍ଜୟ ବିଶ୍ୱାଳ, ରଘୁନାଥ ବିଶ୍ୱାଳ,ଅମୀୟ ନାୟକ, ସାମ୍ବାଦିକ ତାପସ ବିଶ୍ୱାଳ,ଜନ୍ମେଞ୍ଜୟ ବଳ, କ୍ଷୀରୋଦ ବାରିକ, ଶରତ ମହାନ୍ତି,ବିଷ୍ଣୁ ଚରଣ ଯେନା,ଆଇନୀଜୀବୀ ଲଛମନ ସିହ୍ନା, ଆଇନୀଜୀବୀ ଉମେଶ ଭଞ୍ଜ, ପୂର୍ବତନ ସରପଞ୍ଚ ବିଜୟ ରାଉତ, ଅନିଲ ପାଣି,ନଗେନ୍ଦ୍ର ପ୍ରଧାନ, ସୂର୍ଯ୍ୟକାନ୍ତ ବାରିକ, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ଭଗବାନ ସାହୁ,ପୂର୍ବତନ ସମିତିସଭ୍ୟ ଉତ୍ସବ ପରିଡା,ସମାଜସେବୀ ଚୈତନ୍ୟ ପାଣି, ରଂଜିତ କୁମାର ଲେଙ୍କା ଆଲୋକ ବାରିକ, ମାନସ ଦାସ, ନଗେନ୍ଦ୍ର ପ୍ରଧାନ, ଜ୍ୟୋତିଭୂଷଣ ବିଶ୍ୱାଳ, ଅମର ଜେନା,ବିନୋଦ ତ୍ରିପାଠୀ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇଥିଲେ । ପ୍ରତିଷ୍ଠିତ ଯାତ୍ରା ଦଳଦ୍ୱାରା ଯାତ୍ରାଭିନୟ ପରିବେଷଣ କରାଯାଇଥିଲା ।