ଭୁବନ ଏନ୍ ଏ ସି ର ଦ୍ୱାଦଶ ସାଧାରଣ ବୈଠକ

 ଭୁବନ ୧୫/୦୯/୨୦୨୫ (ଓଡ଼ିଶା ସମାଚାର)- ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ଦ୍ୱାଦଶ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂତନ ନଗରପାଳ ଶ୍ରୀମତୀ ମାନିନୀ ସାହୁ ଙ୍କ ଅଧ୍ୟକ୍ଷତାରେ ଏନ୍ ଏ ସି ସଭାଗୃହ ରେ ଅନୁଷ୍ଠିତ ବୈଠକ ରେ ମୁଖ୍ୟ ଅତିଥି ଭାବେ କାମାକ୍ଷା ନଗର ବିଧାୟକ ଶ୍ରୀଯୁକ୍ତ ଶତ୍ରୁଘ୍ନ ଜେନା ଯୋଗଦେଇଥିଲେ ।

କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ପ୍ରଦତ୍ତ ସାହୁ ପୂର୍ବ ବୈଠକ ର ବିବରଣୀ ପାଠ କରିଥିଲେ । କାଉନସିଲର ମାନେ ରାସ୍ତା,ଡ୍ରେନ, ଷ୍ଟ୍ରୀଟ ଲାଇଟ୍ , ପାନୀୟ ଜଳ,ପରିମଳ ଓ ବିଦ୍ୟୁତ୍ ସମସ୍ୟା ସମ୍ପର୍କରେ ଆଲୋକପାତ କରିଥିଲେ । ଦଶହରା ପୂର୍ବରୁ ଯୁଦ୍ଧ କାଳୀନ ଭିତ୍ତିରେ ସମସ୍ତ ରାସ୍ତା,ଡ୍ରେନ ଓ ବିଦ୍ୟୁତ୍ ସମସ୍ୟାର ସମାଧାନ କରାଯିବ ବୋଲି ନଗରପାଳ ସୂଚନା ଦେଇଥିଲେ । ପୂର୍ବରୁ ଟେଣ୍ଡର ହୋଇଥିବା ସମସ୍ତ କାର୍ଯ୍ୟ କରାଯିବ । ଏନ୍ ଏ ସି ର ବିକାଶ ପାଇଁ ସବୁ ପ୍ରକାର ସାହାଯ୍ୟ ସହଯୋଗ ରହିବ ବୋଲି ବିଧାୟକ ଶ୍ରୀଯୁକ୍ତ ଜେନା କହିଥିଲେ ।

ପରିଷଦ ର ଆୟ ବୃଦ୍ଧି ପାଇଁ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ ଦୋକାନ ଗୃହ କୁ ଆବଣ୍ଟନ କରାଯିବାକୁ ଆଲୋଚନା ହୋଇଥିଲା । ଏହି ବୈଠକରେ ସମସ୍ତ କାଉନସିଲର ଯୋଗଦେଇଥିଲେ । ଶେଷରେ ୧ ନମ୍ବର ୱାର୍ଡ କାଉନସିଲର ଗିରିଧାରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *