ନାମାଙ୍କନ ପତ୍ର ଦାଖଲ ଜନିତ ସୁକ୍ଷ୍ମାନୁଭବିକରଣ ନିମନ୍ତେ ଜିଲା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ।

ଯାଜପୁର, ୦୪/୦୫/୨୦୨୪ (ଓଡ଼ିଶା ସମାଚାର)- ଆଜି ପୂର୍ବାହ୍ନରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲାପାଳ ଏବଂ ଜିଲା ମାଜିଷ୍ଟ୍ରେଟ୍ ତଥା ଜିଲା ନିର୍ବାଚନ ଅଧିକାରୀ ଏବଂ ୮-ଯାଜପୁର ଲୋକସଭା ଆସନ ରିଟର୍ଣ୍ଣିଂ ଅଧିକାରୀ ଶ୍ରୀ ନିଖିଲ ପବନ କଲ୍ୟାଣଙ୍କ ଅଧ୍ୟକ୍ଷତାରେ ନାମାଙ୍କନ ପତ୍ର ଦାଖଲ ଜନିତ ସୁକ୍ଷ୍ମାନୁଭବିକରଣ ନିମନ୍ତେ ଜିଲା ନିର୍ବାଚନ ଅଧିକାରୀଙ୍କ ରାଜନୈତିକ ଦଳ ମାନଙ୍କ ସହ ବୈଠକ ଅନୁଷ୍ଠିତ ହୋଇଯାଇଅଛି ।  ଊକ୍ତ ବୈଠକରେ ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ଭିନିତ ଅଗ୍ରୱାଲ, ଅତିରିକ୍ତ ଜିଲାପାଳ, ରାଜସ୍ୱ ତଥା ରିଟର୍ଣ୍ଣିଂ ଅଧିକାରୀ ୪୮-ବିଂଝାରପୁର ବିଧାନସଭା ଆସନ ଶ୍ରୀ ଶୁଭେନ୍ଦ୍ର କୁମାର ସାମଲ, ଅତିରିକ୍ତ ଊପ-ଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ୪୯-ବରୀ ଶ୍ରୀମତୀ ମନୋରମା ଜାଲି, ଅତିରିକ୍ତ ଜିଲାପାଳ, ପ୍ରଶାସନ ଏବଂ ଅତିରିକ୍ତ ଜିଲା ନିର୍ବାଚନ ଅଧିକାରୀ ତଥା ରିଟର୍ଣ୍ଣିଂ ଅଧିକାରୀ ୫୦-ବଡଚଣା ଓ ୫୧-ଧର୍ମଶାଳା ଶ୍ରୀ ନବକି୍ରଷ୍ଣ ଜେନା, ଉପଜିଲାପାଳ ତଥା ରିଟର୍ଣ୍ଣିଂ ଅଧିକାରୀ ୫୨-ଯାଜପୁର ଓ ୫୩-କୋରାଇ ଶ୍ରୀ ଅଂଶୁମାନ ଶତପଥୀ, ଅତିରିକ୍ତ ଜିଲାପାଳ, କଳିଙ୍ଗନଗର ତଥା ରିଟର୍ଣ୍ଣିଂ ଅଧିକାରୀ ୫୪-ସୁକିନ୍ଦା ବିଧାନସଭା ଆସନ ଶ୍ରୀ ଲେଙ୍କଶ୍ୱର ଅମାତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲା ପରିଷଦ, ଯାଜପୁର ଶ୍ରୀ ଅଶୋକ କୁମାର ବେହୁରିଆ ଯୋଗଦେଇ ନାମାଙ୍କପତ୍ର ଦାଖଲ ନିର୍ଭୁଲ ଜନିତ ସମସ୍ତ ବିଷୟବସ୍ତୁ ଉପରେ ଆଲୋଚନା କରିବା ସହ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି ମାନଙ୍କ ପ୍ରଶ୍ନକୁ ପ୍ରାଂଜଳ ଭାବେ ବୁଝାଇଥିଲେ ।

                ଜିଲାପାଳ ଶ୍ରୀ ନିଖିଲ ପବନ କଲ୍ୟାଣ ସମସ୍ତ ରାଜନୈତିକ ଦଳଙ୍କୁ ସ୍ୱାଗତ କରିବା ସହ ରାଜନୈତିକ ଦଳ, ପ୍ରାର୍ଥୀମାନେ ସଭା, ସମିତି, ରାଲି, ପ୍ରଚାର କରିବା ନିମନ୍ତେ ଯାନ ବ୍ୟବହାର ପାଇଁ ଜିଲା ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରୁ ଅନୁମତି ପତ୍ର ନେବାକୁ ଗୁରୁତ୍ୱାରୋପ କରିଥିଲେ । କୌଣସି ପଡିଆରେ ସଭା, ସମିତି କଲେ ରାଜନୈତିକ ଦଳ ପ୍ରାର୍ଥୀମାନେ ଅନୁମତି ନେବେ ।  ଏକାଧିକ ଆବେଦନକୁ କ୍ରମାନୁସାରେ ଅନୁମତି ପ୍ରଦାନ କରାଯିବ ।  ପ୍ରତ୍ୟେକ ଥର ସଭା, ସମିତି ପାଇଁ ପ୍ରାର୍ଥୀ ଅନୁମତି ପତ୍ର ନେବେ ।  ପ୍ରାର୍ଥୀପତ୍ର ଦାଖଲ ନିମନ୍ତେ ପ୍ରାର୍ଥୀ ସଠିକ ତଥ୍ୟ ସହ ଅନ୍ ଲାଇନ୍ ରେ ମଧ୍ୟ ନିର୍ବାଚନ କମିଶନଙ୍କ ସୁବିଧା ପୋର୍ଟାଲ ସୁବିଧା.ଇସିଆଇ.ଗଭ୍.ଇନ୍  ରେ ସ୍ଳଟ୍ ଟାଇମ୍ (ଅନୁକ୍ରମ ସମୟ) ନେବାପାଇଁ ପଂର୍ମ ପୂରଣ କରିପାରିବେ । ନାମାଙ୍କନ ପତ୍ର ତା ୦୭ା୦୫ା୨୦୨୪  ରିଖ ଠାରୁ ତା ୧୪ା୦୫ା୨୦୨୪ ରିଖ ପର୍ଯ୍ୟନ୍ତ (ସରକାରୀ ଛୁଟି ଦିବସ ବ୍ୟତୀତ) ପୂର୍ବାହ୍ନ ୧୧ ଘଟିକା ଠାରୁ ଅପରାହ୍ନ ୩ ଘଟିକା ମଧ୍ୟରେ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିପାରିବେ ।  ପ୍ରତ୍ୟେକ ପ୍ରାର୍ଥୀଙ୍କ ସହ ସେମାନଙ୍କ ୪ ଜଣ ସମର୍ଥକ  ରିଟର୍ଣ୍ଣିଂ ଅଧିକାରୀଙ୍କ କକ୍ଷରେ ନାମାଙ୍କନ ପତ୍ର ଦାଖଲ ସମୟରେ ରହିପାରିବେ ।  ସାଧାରଣ ବର୍ଗର ଲୋକସଭା ପ୍ରାର୍ଥୀଙ୍କ ନିମନ୍ତେ ଏବଂ ବିଧାନସଭା ପ୍ରାର୍ଥୀଙ୍କ ନିମନ୍ତେ ଯଥାକ୍ରମେ ୨୫ ହଜାର ଓ ୧୦ ହଜାର ଟଙ୍କା ସିକୁ୍ୟରିଟି ଦାଖଲ କରିବାକୁ ପଡିବ ଓ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ  ଯଥାକ୍ରମେ ଟ.୧୨,୫୦୦/- ଏବଂ ୫୦୦୦/- ସିକୁ୍ୟରିଟି ବାବଦ ଦାଖଲ କରିବାକୁ ପଡିବ ।  ପ୍ରାର୍ଥୀ ଯଦି ଯାଜପୁର ଜିଲାର ଭୋଟର ନ ହୋଇଥାନ୍ତି ତେବେ ସେମାନେ ସେମାନଙ୍କ ଭୋଟର ତାଲିକାର ସାର୍ଟିିପାଂଏଡ କପି ସହ ଇ-ଆପିଂଡେଭିଟ୍, ଫୌଜଦାରୀ ମାମଲାର ସବିଶେଷ ବିବରଣୀ ପ୍ରଦାନ କରିବେ ।  ପ୍ରାର୍ଥୀ ଅନୁସୂଚିତ ଜାତି ଓ ଜନଜାତି ହୋଇଥିଲେ ତତ୍ ସମ୍ୱନ୍ଧୀୟ ସାର୍ଟିଫିକେଟ୍ ପ୍ରଦାନ କରିବେ । ବିଗତ ୧୦ ବର୍ଷର ନୋ ଡିଉଜ୍ ଆପିଂଡେଭିଟ୍ରେ ଉଲ୍ଳେଖ କରିବେ । ପ୍ରାର୍ଥୀମାନେ ନାମାଙ୍କନ ପତ୍ରର ପ୍ରତ୍ୟେକ ଘର ନିଶ୍ଚିତ ଭାବେ ପୂରଣ କରିବେ । ପ୍ରାର୍ଥୀମାନେ ୨ଙ୍ଘ୨.୫” ର ୮ କପିରୁ ଅଧିକ ଫଟୋ ପ୍ରଦାନ କରିବେ । ଜାତୀୟ ପାର୍ଟିର ପ୍ରାର୍ଥୀ ହୋଇଥିଲେ ପଂର୍ମ-ଏ ଓ ଆଂଚଳିକ ପାର୍ଟି ହୋଇଥିଲେ ପଂର୍ମ-ବି ରେ କାଳିରେ ଦସ୍ତଖତ ଥିବା ସାର୍ଟିଫିକେଟ୍ ରିଟର୍ଣ୍ଣିଂ ଅଧିକାରୀଙ୍କୁ ଦେବେ ।  ଆଇନ ଶୃଙ୍ଖଳା ବଜାୟ ରଖିବା ନିମନ୍ତେ ଲୋକସଭା ପାଇଁ ନାମାଙ୍କନ ପତ୍ର ଦାଖଲ କରୁଥିବା ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ବାଳାଶ୍ରମ ପଡିଆ ପଟୁ କିମ୍ୱା ପଣସା ପଟୁ ଜିଲା କାର୍ଯ୍ୟାଳୟକୁ ପ୍ରବେଶ କରିବେ ।  ବିଧାନସଭା ଆସନ ନିମନ୍ତେ ନାମାଙ୍କନ ପତ୍ର ଦାଖଲ କରୁଥିବା ପ୍ରାର୍ଥୀ ତାଙ୍କ ସମର୍ଥକଙ୍କ ସହ ଗାନ୍ଧୀ ଛକ ପଟୁ  ଓ ଟାଉନ ଥାନା ପଟୁ ଜିଲା କାର୍ଯ୍ୟାଳୟକୁ ପ୍ରବେଶ କରିବେ ।  ଜିଲା କାର୍ଯ୍ୟାଳୟରୁ ୧୦୦ ମିଟର ଦୂରତା ଭିତରେ ପ୍ରାର୍ଥୀଙ୍କର ୩ ଗୋଟି ଯାନକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ।

                ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଭାରତୀୟ ଜନତା ପାର୍ଟି ପ୍ରତିନିଧି ଶ୍ରୀ ସୁଦିପ୍ତ କୁମାର ପଣ୍ଡା, ଶ୍ରୀ ଅବିନାଶ ବେହେରା, ଅର୍ଚ୍ଚନା ବେହେରା, ଡଃ ରବିନ୍ଦ୍ର ନାରାୟଣ ବେହେରା, ଭାରତୀୟ ଜାତୀୟ କଂଗ୍ରେସର ଶ୍ରୀ ଦୁର୍ଯେ୍ୟାଧନ ବେହେରା, ବହୁଜନ ସମାଜ ପାର୍ଟିର ଶ୍ରୀ ଅକ୍ଷୟ କୁମାର ଜେନା, ଶ୍ରୀ ମାଧବାନନ୍ଦ ଜେନା ଙ୍କ ସହ ବିଭିନ୍ନ ରାଜନୈତିକ ଦଳ ପ୍ରତିନିଧି, ଡେପୁଟୀ କଲେକ୍ଟର, ନିର୍ବାଚନ ଶ୍ରୀ ରଶ୍ମି ରଂଜନ ମଲ୍ଳ୍ିକ, ଶାଶ୍ୱତୀ ସାଡୁଆଳ, ଶ୍ରୀ ବରିଆଲ ମୁର୍ମୁ, ଶ୍ରୀ ଏସ୍.ଆର୍. ବାସ୍କେ, ଜିଲା ଇ-ଗଭର୍ଣ୍ଣାନ୍ସ ମାନେଜର ଶ୍ରୀ ସାରଦା ପ୍ରସନ୍ନ ଜେନା, ଜିଲା ସଂଯୋଜକ, ଏଚ୍.ଆର.ଏମ୍.ଏସ୍. ଶ୍ରୀ ସୁଧାଂଶୁ ଶେଖର ଦାଶ ଙ୍କ ସମେତ ଏ.ଆର୍.ଓ. ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *