ରେଳ ଟ୍ରାକରେ ସେଲଫି ନେଲେ ଜେଲ୍ ଜୋରିମାନା

ଭୁବନେଶ୍ୱର,୩୦/୦୧/୨୦୨୫ (ଓଡ଼ିଶା ସମାଚାର)- ରେଳ ଟ୍ରାକ ନିକଟରେ ସେଲଫି ନେଇ ବିପଦ ସୃଷ୍ଟି କରୁଥିବା ଲୋକଙ୍କ ପାଇଁ ଭାରତୀୟ ରେଳବାଇ କଠୋର ନିୟମ ଲାଗୁ କରିଛି । ରେଳବାଇ ଆଇନର ଧାରା ୧୪୭ ଏବଂ ୧୫୩ ଅନୁଯାୟୀ, ଚଳନ୍ତା ଟ୍ରେନ୍ ନିକଟରେ କିମ୍ବା ରେଳ ଟ୍ରାକରେ ସେଲଫି ନେଉଥିବା ବ୍ୟକ୍ତିଙ୍କୁ ଭାରୀ ଜୋରିମାନା, ଆଇନଗତ ପରିଣାମ କିମ୍ବା ଜେଲ୍ ମଧ୍ୟ ହୋଇପାରେ  । ଏଠାରେ ସ୍ମରଣ କରାଇଦିଆଯାଉଅଛି ଯେ ସୁରକ୍ଷା ସର୍ବଦା ପ୍ରଥମେ ଥାଏ ଏବଂ କୌଣସି ଫଟୋ ପାଇଁ ଆପଣଙ୍କ ଜୀବନକୁ ବିପଦରେ ପକାଇବା ମୂଲ୍ୟବାନ ନୁହେଁ । କିଶୋର ଏବଂ କଲେଜ ଛାତ୍ରଛାତ୍ରୀ ମାନଙ୍କୁ ରେଳ ଟ୍ରାକ ନିକଟରେ ଏବଂ ରେଳ ପରିସରର ସମ୍ବେଦନଶୀଳ ଅଂଚଳରେ ସେଲଫି ନେବାର ବିପଦପୂର୍ଣ୍ଣ ଅଭ୍ୟାସ ସମ୍ବନ୍ଧରେ ସଚେତନତା କରାଇବା ପାଇଁ ପୂର୍ବତଟ ରେଳପଥ ଏକ ଅଭିଯାନ ଆରମ୍ଭ କରିଛି  । ରେଳ ଟ୍ରାକ ନିକଟରେ ଛୋଟ ଭିଡିଓ ଉତୋଳନ କରିବା ଏବଂ ସେଲଫି ନେବା ପାଇଁ ପ୍ରୟାସ କରିବା ସମୟରେ ଯୁବବର୍ଗମାନେ ଦୁର୍ଘଟଣା ଯୋଗୁଁ ଦୁଃଖଦ ଭାବରେ ପ୍ରାଣ ହରାଇବା ଘଟଣା ବୃଦ୍ଧି ପାଇଥିବାରୁ ଏହି ପଦକ୍ଷେପ ନିଆଯାଇଛି  । ରେଳ ଷ୍ଟେସନ ପରିସରରେ କିମ୍ବା ଟ୍ରାକ ନିକଟରେ ସେଲଫି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏକ ମଜାଦାର କାର୍ଯ୍ୟକଳାପ ପରି ମନେହୁଏ, କିନ୍ତୁ ଏହା ଏକ ଘାତକ ବିପଦ  । ସାମ୍ପ୍ରତିକ ବର୍ଷଗୁଡ଼ିକରେ, ଅନେକ ଦୁର୍ଘଟଣା ଘଟିଛି ଯେଉଁଠାରେ ଛାତ୍ର କିମ୍ବା ଯୁବକ ବର୍ଗମାନେ ଅସୁରକ୍ଷିତ ସ୍ଥାନରେ ସେଲଫି ନେଉଥିବା ସମୟରେ ଚଳନ୍ତା ଟ୍ରେନ୍ ଦ୍ୱାରା ତଳକୁ ଖସି ପଡ଼ି ପ୍ରାଣ ହରାଇବା ଓ ଗୁରୁତର ଆହତ ହେବା ଘଟଣା ଘଟୁଅଛି  । ଏହି ଘଟଣାଗୁଡ଼ିକ ମଧ୍ୟରୁ ଅନେକ ଘଟଣା ଗୁଡିକର କାରଣ ଲୋକମାନେ ସେମାନଙ୍କ ଚାରିପାଖରେ ଥିବା ବିପଦଗୁଡ଼ିକ ପ୍ରତି ଧ୍ୟାନ ଦେଉ ନାହାନ୍ତି ଯେପରିକି ଚଳନ୍ତା ଟ୍ରେନ୍, ମୁଣ୍ଡ ଉପର ବିଦ୍ୟୁତ୍ ଶକ୍ତି ଉପକରଣ ଏବଂ ଜନଗହଳି ପୂର୍ଣ୍ଣ ଷ୍ଟେସନ ଅଂଚଳ  ।

Leave a Reply

Your email address will not be published. Required fields are marked *