ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଶୋକବାର୍ତ୍ତା

ଭୁବନେଶ୍ୱର, ୨୦/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ପଦ୍ମଶ୍ରୀ କମଳା ପୂଜାରୀଙ୍କ ବିୟୋଗରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗଭୀର ଶୋକ ବ୍ୟକ୍ତ କରିଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା କହିଛନ୍ତି ଯେ ପଦ୍ମଶ୍ରୀ କମଳା ପୂଜାରୀ ଓଡ଼ିଶାର ଜଣେ ସୁଦକ୍ଷ ଓ  କର୍ମତତ୍ପର ମହିଳା ଥିଲେ । କୃଷି କ୍ଷେତ୍ରରେ ଜୈବିକ କୃଷି ପଦ୍ଧତିର ପ୍ରୋତ୍ସାହନ ଓ  ସ୍ଵଦେଶୀ ଶସ୍ୟର ସରଂକ୍ଷଣ ପାଇଁ  ସେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିଲେ । ପରିବେଶ ସୁରକ୍ଷା ଓ କୃଷି କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ତାଙ୍କ ଅନନ୍ୟ ଚିନ୍ତାଧାରା ଓ କାର୍ଯ୍ୟଶୈଳୀ ସମଗ୍ର ଓଡିଶାବାସୀଙ୍କ ପାଇଁ ଅନୁକରଣୀୟ ବୋଲି ଶ୍ରୀମତୀ ପରିଡା ତାଙ୍କ ଶୋକ ବାର୍ତ୍ତାରେ ଉଲ୍ଲେଖ କରିଛନ୍ତି । ପରିବେଶ ସୁରକ୍ଷା ନିମନ୍ତେ ସେ ଯେଉଁ ଅଭିଯାନ ଆରମ୍ଭ କରିଥିଲେ ସେଥିରେ ସମଗ୍ର ଓଡ଼ିଶାବାସୀ ନିଜକୁ ସାମିଲ କରିପାରିଲେ ତାହା ହିଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ହୋଇପାରିବ ଶ୍ରୀମତୀ ପରିଡା ଆଶାବାଦୀ ଅଛନ୍ତି ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ତାଙ୍କ ଶୋକସନ୍ତପ୍ତ  ପରିବାରବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିବା ସହ ତାଙ୍କ ସ୍ୱର୍ଗତ ଆତ୍ମାର ସଦଗତି କାମନା କରିଛନ୍ତି ।

Leave a Reply

Your email address will not be published. Required fields are marked *