କଟକ ସଦରରେ ଉପାସ୍ୟ ଗଣ ଦେବତାଙ୍କ ପୂଜା ମହାସମାରୋହରେ ପାଳନ

କଟକ ସଦର, ୨୭/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଭାଦ୍ରବ ମାସ ଶୁକ୍ଳ ଚତୁର୍ଥୀ ଦିନ ସର୍ବ ବିଘ୍ନ ବିନାଶକ ଗତ ସଂସ୍କୃତିର ଉପାସକ ଗଣଦେଵତା, ଅଗ୍ରପୂଜ୍ୟ ଗଜାନନ ଶ୍ରୀଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଏହି ଦିନରୁ ହିଁ ପାର୍ବଣ ଋତୁ ଆରମ୍ଭ ହୁଏ।

ଏହି ପରିପ୍ରେକ୍ଷୀରେ ଆଜି ବୁଧବାର ଦିନ ଶ୍ରୀଗଣେଶଙ୍କ ପୂଜା କଟକ ସଦର ଅଞ୍ଚଳରେ ଧୁମଧାମରେ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଏଥିରେ ୪୨ ମୌଜା, ହାଟସାହି, ମତ୍ତଗଜପୁର, ଆୟତପୁର, ଯଶପଡା, କିଶନନଗର, ନେମାଳ,ଵିଲହାଟ ପ୍ରଭୃତି ଅଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଠାନ ସହିତ କ୍ଲବ ଓ ପାଠାଗାରରେ ଗଣେଶ ପୂଜା ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଛି।

ସେଥିରେ ସାଜସଜ୍ଜା ମନୋରମ ହୋଇଥିବା ଦେଖାଯାଇଛି। ସେହିପରି ମତ୍ତଗଜପୁର ଠାରେ ଗଣେଶ ଙ୍କର ମୁକୁଟ ଚାନ୍ଦିରେ ଝଟକୁଥିଵା ବେଳେ ପାରାଵିଲ ର ଵୁଢା ଗଣେଶ ପୂଜା ନିଆରା ପରମ୍ପରାରେ ଅନୁଷ୍ଠିତ ହୋଇଛି।

Leave a Reply

Your email address will not be published. Required fields are marked *