କଟକ ସଦର,୦୭/୦୯/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା):ଆଧିନିକ କଟକର ଅନ୍ୟତମ ନିର୍ମାତା, ୨ୟ ଵାଇମୁଣ୍ଡି, ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ, ପ୍ରଥମ ଓଡ଼ିଆ ରଙ୍ଗୀନ ଖବରକାଗଜ ‘ସମୟ’ ର ପ୍ରତିଷ୍ଠାତା, କର୍ମଯୋଗୀ ବସନ୍ତ କୁମାର ବିଶ୍ଵାଳଙ୍କ ଆଜି ସୋମବାର ଦିନ ୨୩ ତମ ପୂଣ୍ୟ ଶ୍ରାଦ୍ଧ ଦିବସରେ କଟକ ମହାନଗର ନିଗମ ପକ୍ଷରୁ ଦୟାଶ୍ରମ ରୋଡରେ ତାଙ୍କର ଏକ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଅନାବରଣ ହୋଇଛି। 
ଏଥିରେ କେଏମସି ମେୟର ସୁବାସ ସିଂହ ଙ୍କ ସମେତ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ, ସ୍ୱର୍ଗତ ବିଶ୍ୱାଳଙ୍କ ସାନପୁଅ ବିଶିଷ୍ଟ କ୍ରିକେଟିୟର ତଥା ପୂର୍ବତନ ସାଂସଦ ରଞ୍ଜିଵ ବିଶ୍ୱାଳ, ବୋହୂ ଅନିତା ମହାନ୍ତି ଓ ବହୁ ବସନ୍ତ ପ୍ରେମୀ ବ୍ୟକ୍ତିବିଶେଷ ଯୋଗଦେଇ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।
