ଧୁମ ଧାମ ରେ ଚାଲିଛି ଗଣେଶ ଙ୍କ ପୂଜାର୍ଚନା, ଆକର୍ଷଣ ସାଜିଛି ୧୮ ଫୁଟ ଗଣେଶ ମୂର୍ତ୍ତି

ସାଲେପୁର,୨୭/୦୮/୨୦୨୫(ଓଡିଶା ସମାଚାର /ଅଭୟ ଜେନା )- ବିଘ୍ନବିନାଶକ ଅଗ୍ରପୂଜ୍ୟ ଗଜାନନ ଙ୍କ ପୂଜା ପୁରପଲ୍ଲୀ ରେ ଧୁମ ଧାମ ରେ ପାଳିତ ହୋଇଛି । ବିଭିନ୍ନ ସ୍କୁଲ କଲେଜ ଆଦି ଶିକ୍ଷାନୁଷ୍ଠାନ ସମେତ କ୍ଲବ, ଯୁବକ ସଂଘ ପକ୍ଷରୁ ଗଣେଶ ଙ୍କ ପୂଜା କରାଯାଉଛି । ଶରତ ଋତୁ ରେ ପାର୍ବଣ ର ଆଦ୍ୟ ପର୍ବ ରେ ଉତ୍ସବ ମୁଖରିତ ଗ୍ରାମାଞ୍ଚଳ ରୁ ସହରାଞ୍ଚଳ ପର୍ୟ୍ୟନ୍ତ ଗଣନାଥ ଙ୍କ ଆରାଧନାରେ ପ୍ରକମ୍ପିତ ଧରାପୃଷ୍ଠ ।

ସାଲେପୁର ଓ ନିଶ୍ଚିନ୍ତକୋଇଲି ଅଞ୍ଚଳ ରେଏହି ପୂଜାର୍ଚନା ଅନୁଷ୍ଠିତ ହେଉଛି । ଜନାର୍ଦ୍ଦନପୁର ରେ ମଧ୍ୟ ଚାଲିଛି ଗଣନାଥ ଙ୍କ ପୂଜା । ସ୍ଥାନୀୟ ଗଣପତି ଗୋଲଡେନ କ୍ଲବ ର ସଦସ୍ୟ ମାନେ ହର୍ଷ ଉଲ୍ଲାସ ର ସହ ୧୮ ଫୁଟ ଉଚ୍ଚତା ବିଶିଷ୍ଟ ଏକ ନିଆରା ଗଣେଶ ମୂର୍ତ୍ତି ସ୍ଥାପନ କରି ପୂଜାର୍ଚନା ଚଳାଇଛନ୍ତି ।

ସେହିପରି ସ୍ଥାନୀୟ ୟଙ୍ଗଷ୍ଟାର କ୍ଲବ ସଦସ୍ୟ ମାନେ ଆନନ୍ଦ ଉଲ୍ଲାସ ରେ ଉତ୍ସବ ପାଳନ କରୁଛନ୍ତି । ସାଲେପୁର ଅଞ୍ଚଳ ର ବିଭିନ୍ନ ଅନୁଷ୍ଠାନ ଓ କ୍ଲବ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ପୂଜାର୍ଚନା କରୁଛନ୍ତି । ଚଳିତ ପୂଜା ଓ ଭସାଣି ଉତ୍ସବରେ ଡି. ଜେ. ନବଜାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିବା କର୍ମକର୍ତ୍ତା ମାନେ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *