ଜିଲ୍ଲାପ୍ରଶାସନ ପକ୍ଷରୁ ଗୋପବନ୍ଧୁ ଚୌଧୁରୀ ଙ୍କ ତିରୋଧାନ ଦିବସ ପାଳିତ

ଜଗତସିଂହପୁର ୨୯/୦୪/୨୦୨୪ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ବିଶିଷ୍ଟ ଗାନ୍ଧିବାଦୀ, ସ୍ଵାଧୀନତା ସଂଗ୍ରାମୀ ତଥା  ତ୍ୟାଗବୀର ଗୋପବନ୍ଧୁ ଚୌଧୁରୀ ଙ୍କ ତିରୋଧାନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ର ବଙ୍ଗଳା ଛକ ଏବଂ ଖେରସ ଛକ ଠାରେ ଥିବା ସେହି ମହାନ ସ୍ୱାଧୀନତା ସଂଗ୍ରାମୀ ଗୋପବନ୍ଧୁ ଚୌଧୁରୀଙ୍କ ଙ୍କ ପ୍ରତିମୂର୍ତ୍ତି ରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଅଭିମନ୍ୟୁ ବେହେରା ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ,ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରତିଚୀ ତନୟା ମହାନ୍ତି,ମୁଖ୍ୟ ସହାୟକ ପୌରପରିଷଦ ଦୀପକ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ଵର୍ଗତ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥଲେ।

Leave a Reply

Your email address will not be published. Required fields are marked *