କେନ୍ଦ୍ରାପଡ଼ା,୨୬/୦୮/୨୦୨୫(ଓଡ଼ିଶା ସମାଚାର)-୫ଦଫା ଦାବିରେ ଗାଁସାଥୀ(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି, କେନ୍ଦ୍ରାପଡା ଜିଲା ଶାଖା ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦିଆଯାଇଥିଲା ।
ସେମାନଙ୍କ ଦାବି ଗୁଡିକ ମଧ୍ୟରେ ରାଜ୍ୟ ସରକାରଙ୍କ ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗର ପତ୍ର ସଂଖ୍ୟା-୨୦୮୭୭,ତା ୩୧. ୦୭. ୨୦୨୫ରିଖର ନିର୍ଦେଶକୁ ତୁରନ୍ତ କାର୍ଯ୍ୟକାରୀ କରାଯାଇ ଜିଲାର ୯ଟି ବ୍ଲକକୁ ଏସମ୍ପର୍କରେ ଅବଗତ କରାଯିବା, ୨୦୦୮ମସିହାରୁ କାର୍ଯ୍ୟରତ ସମସ୍ତ ଗାଁସାଥୀଙ୍କ ଡାଟାବେସ ନିର୍ଭୁଲ ଭାବରେ ପ୍ରସ୍ତୁତ କରାଯାଇ ତୁରନ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବା,ଜିଓ ଟ୍ୟାଗିଙ୍ଗ ରେ ଗାଁସାଥୀ(ମେଟ୍) ମାନଙ୍କୁ ସାମିଲ କରାଯିବା, ଏନ.ଏମ.ଏମ.ଏସ.ଆପ୍ କୁ ନୂତନ ଡାଟାବେସ ଅନୁସାରେ ସଠିକ ଗାଁସାଥୀ(ମେଟ୍) ମାନଙ୍କୁ ପ୍ରଦାନ କରାଯିବା, ଗାଁସାଥୀମାନଙ୍କୁ ବ୍ଲକ ସ୍ତରରେ ତାଲିମ ପ୍ରଦାନ କରାଯିବା, ସମସ୍ତ ଲାଇନ୍ ଡିପାର୍ଟମେଂଟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ ଜି ଏନ ଆର ଜି ଏସ) ପ୍ରକଳ୍ପ କାର୍ଯ୍ୟରେ ଗାଁସାଥୀମାନଙ୍କୁ ନିୟୋଜିତ କରାଯିବା, ସେମାନଙ୍କ ବକେୟା ପ୍ରାପ୍ୟ ତୁରନ୍ତ ପ୍ରଦାନ କରାଯିବା ପ୍ରଭୃତି ଦାବି ଗୁଡିକ ରହିଛି ।
ଏସମ୍ପର୍କରେ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀଙ୍କୁ ଚଳିତମାସ ୧୬ତାରିଖରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୈାଣସି ପଦକ୍ଷେପ ଗ୍ରହଣ କରାଯାଇନଥିବାରୁ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଦିଆଯାଇଥିଲା । ମିଳିତ କି୍ରୟାନୁଷ୍ଠାନ କମିଟି ପକ୍ଷରୁ ଧାରଣା ଓ ପ୍ରତିବାଦ ସଭା କରାଯାଇ ପ୍ରଶାସନର ଏଭଳି ଖାମଖିଆଲି ମନୋଭାବକୁ ନିନ୍ଦା କରାଯାଇଥିଲା । ପରେ ଗାଁସାଥୀ(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସଭାପତି ଅନିଲ କୁମାର ଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ଜିଲାପାଳ ରଘୁରାମ ଆର ଆୟାରଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଏକ ୫ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଥିଲା ।
ଜିଲାପାଳ ସେମାନଙ୍କ ଦାବି ଗୁଡିକ ପୁରଣ କରାଯିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଧାରଣା କାର୍ଯ୍ୟକ୍ରମରେ ଗାଁସାଥୀ(ମେଟ୍)ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ଜିଲା ଶାଖା ସଭାପତି ଶ୍ରୀ ଜେନାଙ୍କ ସମେତ ସମ୍ପାଦକ ବିଜୟ କୁମାର ବେହେରା, ପ୍ରମୋଦ କୁମାର ନାୟକ, ହରେକୃଷ୍ଣ ମହାପାତ୍ର, ପ୍ରଶାନ୍ତ କୁମାର ଦାସ, ଉପେନ୍ଦ୍ର କୁମାର ସାହୁ, ନଳିନୀକାନ୍ତ ଖୁଂଟିଆ, ପରମେଶ୍ୱର ବେହେରା, ସୁରେଶ ସାମଲ, ପ୍ରତାପ ପଢିଆରି, ପ୍ରତାପ କୁମାର ପରିଡା, ଜ୍ୟୋସ୍ନôାରାଣୀ ବେହେରା, ଅନୁକମ୍ପା ସାହୁ, ଜିତେନ୍ଦ୍ର କୁମାର ପୃଷ୍ଟି, ପ୍ରମୋଦ କୁମାର ରାଉତ ପ୍ରମୁଖ ଶତାଧିକ କର୍ମକର୍ତା ଓ ସଦସ୍ୟମାନେ ଉପସ୍ଥିତ ଥିଲେ ।
