ବିଜେଡି ଯୁବ ଓ ଛାତ୍ର ସଂଗଠନରେ ନବ କଳେବର

ଭୁବନେଶ୍ଵର, ୨୬/୦୮/୨୦୨୫ (ଓଡ଼ିଶା ସମାଚାର)-ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକ ଯୁବ ଓ ଛାତ୍ର ସଂଗଠନରେ   ପରିବର୍ତନ  କରିଛନ୍ତି। ଚିନ୍ମୟ ସାହୁଙ୍କୁ ବିଜୁ ଯୁବ ଜନତା ଦଳ (BYJD) ସଭାପତି ଏବଂ ଈପ୍ସିତା ସାହୁଙ୍କୁ ବିଜୁ ଛାତ୍ର ଜନତା ଦଳ (BCJD) ସଭାନେତ୍ରୀ ଭାବରେ ନିଯୁକ୍ତି ଦେଇଛନ୍ତି।

ଏଥି ସହିତ ଯୁବ ଓ ଛାତ୍ର ସଂଗଠନରେ ଅନ୍ୟାନ୍ୟ ୪ଜଣଙ୍କୁ ସାଧାରଣ ସମ୍ପାଦକ ଦାୟିତ୍ୱ ଦେଇଛନ୍ତି। ଯୁବ ସଂଗଠନରେ ବ୍ୟୋମେକେଶ ରାୟଙ୍କୁ ବରିଷ୍ଠ ସାଧାରଣ ସମ୍ପାଦକ,  ରାଜେନ୍ଦ୍ର ସାହୁ, ଅମରେଶ ପତ୍ରି ଏବଂ ସଞ୍ଜିତ ମହାନ୍ତିଙ୍କୁ ସାଧାରଣ ସମ୍ପାଦକ ପଦବୀ ଦିଆଯାଇଛି। ଛାତ୍ର ସଂଗଠନରେ ଦେବେଶ ଆଚାର୍ଯ୍ୟ, ଦେବୀରଂଜନ ତ୍ରିପାଠୀ, ଶୁଭାଶିଷ ଖୁଣ୍ଟିଆ ଏବଂ ସୌଭିକ ବିଶ୍ୱାଳଙ୍କୁ ସାଧାରଣ ସମ୍ପାଦକ ଭାବରେ ନିଯୁକ୍ତ ହୋଇଛନ୍ତି।

Leave a Reply

Your email address will not be published. Required fields are marked *