ଶରତ ଚନ୍ଦ୍ର ଶିକ୍ଷା ସମ୍ମାନ ପ୍ରଦାନ ଉତ୍ସବ

ନିଜ ବିଦ୍ୟାଳୟ କୁ ସାହାଯ୍ୟ ସହଯୋଗ କରିବାକୁ ଆହ୍ବାନ

ଭୁବନ , ୧୪/୧୧/୨୦୨୩ (ଓଡ଼ିଶା ସମାଚାର)-  ଭୁବନ ର ଅନନ୍ୟ ତଥା ନିଆରା ସେବା ପ୍ରତିଷ୍ଠାନ ” ଜଗବନ୍ଧୁ ଜରାଶ୍ରମ” ଆନୁକୁଲ୍ୟରେ ଏବଂ ରାମକୃଷ୍ଣ ବିବେକାନନ୍ଦ ମିଶନ, ବାରାକ ପୁର, କଲିକତା ସହଯୋଗରେ ପବିତ୍ର ଶିଶୁ ଦିବସ ଅବସରରେ ସ୍ଥାନୀୟ ଶାସନ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ  ସ୍ୱର୍ଗତ  ଶରତ ଚନ୍ଦ୍ର ଶିକ୍ଷା ସମ୍ମାନ ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଶାସନ ଉ ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ରେଣୁବାଳା କର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଡ଼ିଓ କଲ୍ୟାଣ ସୌରଭ ଦାଶ ମୁଖ୍ୟ ଅତିଥି ,ବିଶିଷ୍ଟ ଶିକ୍ଷାବିତ୍ ଚୈତନ୍ୟ ମିଶ୍ର ମୁଖ୍ୟବକ୍ତା ଭାବେ ଯୋଗ ଦେଇ ଜଗବନ୍ଧୁ ଜରାଶ୍ରମ ର ଏଭଳି ପଦକ୍ଷେପ ଓ ସାହାଯ୍ୟ ମନୋବୃତି କୁ ଉଚ୍ଚ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ରାଜଲକ୍ଷ୍ମୀ ଟୁଡୁ,ପଣ୍ଡିତ ପ୍ରମୋଦ କୁମାର ମିଶ୍ର,ବରିଷ୍ଠ ନାଗରିକ ସଂଘ ସଭାପତି ଶ୍ରୀଧର ବେହେରା,କୃଷକ ବିକାଶ ପରିଷଦ ସଭାପତି ସୁରେନ୍ଦ୍ର କୁମାର ପୃଷ୍ଟି ,ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଗୀତାଞ୍ଜଳି ସାହୁ,କାଉନସିଲର ସୁଚିତ୍ରା ସାହୁ ,ବିଶିଷ୍ଟ ସମାଜସେବୀ ତଥା ଶିକ୍ଷାବିତ୍ ନିତ୍ୟାନନ୍ଦ ମିଶ୍ର,ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଥମ ମାଟ୍ରିକଲେଟ ଶ୍ରୀମତୀ ତରୁଲତା ମିଶ୍ର ପ୍ରମୁଖ ଯୋଗଦେଇ ପ୍ରତ୍ୟେକ ଶିଶୁର ପ୍ରଥମ ଗୁରୁ ହେଉଛନ୍ତି ପିତା ମାତା ଓ ତାଙ୍କ ପରେ ପ୍ରାଥମିକ ଶିକ୍ଷକ ହେଉଛନ୍ତି ମୂଳଦୁଆ । ଏଣୁ ପ୍ରତ୍ୟେକ ପିଲା ନିଜ ପ୍ରାଥମିକ ବିଦ୍ୟାଳୟ ପ୍ରତି କର୍ତ୍ତବ୍ୟ ସମ୍ପାଦନ କରିବାକୁ ଆହ୍ବାନ ଦେଇଥିଲେ। ଜଗବନ୍ଧୁ ଜରାଶ୍ରମ ର ରାଜ୍ୟ ପ୍ରକଳ୍ପ ସଂଯୋଜିକ ଦ୍ଵିତୀୟ ପର୍ବତାରୋହୀ ସୁଶ୍ରୀବିଭାରାଣୀ ପାତ୍ର ଓ ଅନ୍ତର୍ଣିବେଶି ଶିକ୍ଷକ ପ୍ରହଲ୍ଲାଦ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜରାଶ୍ରମ ସମ୍ପାଦକ ଆଶୁତୋଷ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅଷ୍ଟମ ଶ୍ରେଣୀ କୃତୀ ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇ ଆଗକୁ ବଢ଼ିବାକୁ ପ୍ରୋତ୍ସାହିତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *