ଭୁବନେଶ୍ୱର,୨୪/୦୮/୨୦୨୫ (ଓଡ଼ିଶା ସମାଚାର)-ବିଶ୍ୱ ବନ୍ଧୁତ୍ୱ ଦିବସ ଓ ରାଜଯୋଗିନୀ ଦାଦୀ ପ୍ରକାଶମଣି ଜୀଙ୍କ ୧୮ତମ ପୁଣ୍ୟତିଥି ଅବସରରେ, ବ୍ରହ୍ମାକୁମାରୀସ୍, ୟୁନିଟ୍-୯, ଭୁବନେଶ୍ୱରଙ୍କ ପକ୍ଷରୁ ମେଗା ବ୍ଲଡ୍ ଡୋନେସନ୍ କ୍ୟାମ୍ପ ୨୪ ଅଗଷ୍ଟ ୨୦୨୫, ରବିବାର ସକାଳ ୯ଟାରେ ରେଡ୍ କ୍ରସ୍ ଭବନ, ଭୁବନେଶ୍ୱରରେ ଆୟୋଜିତ ହୋଇଥିଲା।
ଏହି କ୍ୟାମ୍ପ ଭାରତୀୟ ରେଡ୍ କ୍ରସ୍ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖାଙ୍କ ସହଯୋଗରେ ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରାଳୟର ସମର୍ଥନରେ ଆୟୋଜନ କରାଯାଇଥିଲା। “ରକ୍ତଦାନ କରନ୍ତୁ, ପ୍ରାଣ ବଞ୍ଚାନ୍ତୁ” ବାଣୀ ସହିତ ଏହି ସେବାକାର୍ୟ୍ୟରେ ଅନେକ ସ୍ୱଇଚ୍ଛିକ ଦାତା ଉତ୍ସାହର ସହିତ ଯୋଗଦେଇଥିଲେ। ଏହି
କ୍ୟାମ୍ପରେ ମୋଟ ୫୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା।
ଏହା ପାଇଁ ପ୍ରଜାପିତା ବ୍ରହ୍ମାକୁମାରୀସ୍ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ, ଭୁବନେଶ୍ୱରଙ୍କୁ ରେଡ୍ କ୍ରସ୍ ରିଜିଅନାଲ୍ ବ୍ଲଡ୍ ସେଣ୍ଟର, ଭୁବନେଶ୍ୱରଙ୍କ ପକ୍ଷରୁ ସମ୍ମାନପତ୍ର (Certificate of Appreciation) ପ୍ରଦାନ କରାଯାଇଥିଲା। ଏହି ମାନବସେବାମୂଳକ କାର୍ୟ୍ୟ ପାଇଁ ବ୍ରହ୍ମାକୁମାରୀସ୍ଙ୍କ ପ୍ରୟାସକୁ ଉଚ୍ଚ ସ୍ତୁତି କରାଗଲା।
ଏହି କାର୍ୟ୍ୟକ୍ରମ ରାଜଯୋଗିନୀ ଦାଦୀ ପ୍ରକାଶମଣି ଜୀଙ୍କ ପବିତ୍ର ସ୍ମୃତିକୁ ସମର୍ପିତ ହୋଇଥିଲା ଏବଂ ସମାଜରେ ବିଶ୍ୱ ବନ୍ଧୁତ୍ୱ ଓ ସେବାଭାବର ସନ୍ଦେଶ ପ୍ରଚାର କରିଥିଲା। ଭବିଷ୍ୟତ ରେମଧ୍ୟ ଏହିପରି ସେବା କାର୍ୟ୍ୟରେ ଅଗ୍ରସର ରହିବା ପାଇଁ ବ୍ରହ୍ମାକୁମାରୀସ୍ ପ୍ରତିଶ୍ରୁତିବଦ୍ଧ।
