ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ଗଠିତ

ଜୁନାଗଡ଼,୨୪/୦୮/୨୦୨୫ (ଓଡ଼ିଶା ସମାଚାର /ରାକେଶ ବେମାଲ)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ଫତେ ନଗର ପଡ଼ାଠାରେ ଏକ ବୈଠକ ଅନୁଷ୍ଠିତ ହୋଇ ଜୁନାଗଡ଼ ବ୍ଲକ ସ୍ତରୀୟ ଅବସର ସରକାରୀ କର୍ମଚାରୀ ସଂଘ ଗଠିତ ହୋଇଛି। ଜିଲ୍ଲା ସରକାରୀ ଅବସର ପ୍ରାପ୍ତ ସଂଘର ଆହ୍ୱାନରେ ଜିଲ୍ଲା ସଭାପତି ଶରତ ଚନ୍ଦ୍ର ନାଏକ,ଉପସଭାପତି ମନୋରଞ୍ଜନ ପାଣିଗ୍ରାହୀ, ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ସାହୁ, ସହ ସମ୍ପାଦକ ମହେନ୍ଦ୍ର ପଣ୍ଡାଙ୍କ ଉପସ୍ଥିତରେ ଜୁନାଗଡ଼ ଅବସର ସରକାରୀ କର୍ମଚାରୀ ସଂଘ ଗଠନ କରାଯାଇଥିଲା। ସଂଘର ସଭାପତି ଭାବେ ମନୋରଞ୍ଜନ ପାଣିଗ୍ରାହୀ, ଉପସଭାପତି ଜୟନ୍ତ କୁମାର ମୁଣ୍ଡ, ସାଧାରଣ ସମ୍ପାଦକ ସରୋଜ କୁମାର ପଣ୍ଡା,ଯୁଗ୍ମ ସମ୍ପାଦକ ଦେବରାଜ ଗହୀର, ଅର୍ଥ ସମ୍ପାଦକ ସଞ୍ଜୟ କୁମାର ମୁଣ୍ଡ, ଆଇନ ଉପଦେଷ୍ଟା ନବକିଶୋର ବେହେରଙ୍କୁ ଚୟନ କରାଯାଇଥିଲା।

ଜିଲ୍ଲା ସଭାପତି ଓ ସଂପାଦକ ନବ ନିର୍ବାଚିତ କାର୍ଯ୍ୟକର୍ତା ଓ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ।ଏହି ବୈଠକରେ ଧର୍ମଗଡ଼ ସଭାପତି ନବିରାଜ ଦୁର୍ଗା, ବରିଷ୍ଠ ଉପଦେଷ୍ଟା ଭୋଳନାଥ ବେହେରାଙ୍କ ସମେତ ଜିଲ୍ଲାର ଅନେକ ଅବସର ପ୍ରାପ୍ତ କର୍ମଚାରୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *