୬୮ ଜଣଙ୍କୁ ନୂଆ ଭତ୍ତା ପ୍ରଦାନ 

କଟକ ସଦର,୧୦/୦୭/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ କିଶନନଗର ଠାରେ ଆଜି ଗୁରୁବାର ଦିନ ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍ ର ୮ ଗୋଟି ପଞ୍ଚାୟତର ୬୮ ଜଣ ନୂଆ ହିତାଧିକାରୀ ଙ୍କୁ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଭତ୍ତା ପ୍ରଦାନ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ ସମାବେଶରେ ବିଧାୟକ ଙ୍କ ସହିତ ଵିଡିଓ ପ୍ରତିକ ସାହୁ, ଅତିରିକ୍ତ ଵିଡିଓ ଗିରିଜା ପ୍ରସାଦ ବାରିକ୍,ଵିଏସଏସଓ ପ୍ରିୟଦର୍ଶିନୀ ମହାପାତ୍ର, ଆତ୍ମା ସଭାପତି ରମା ପ୍ରସାଦ ବିଶ୍ୱାଳ ଙ୍କ ସମେତ ଵୋଧପୁର ସରପଂଚ ଙ୍କ ବ୍ୟତୀତ ଅନ୍ୟ ସମସ୍ତ ସରପଂଚ ଯୋଗ ଦେଇଥିଲେ।

ହେଲେ ଭତ୍ତା ବଣ୍ଟନ ସ୍ଥଳରେ ଏକ ବିବାଦ ଉପୁଜିଥିଲା। କିଶନନଗର ପଞ୍ଚାୟତ ର ଜନୈକ ଥିଲାଵାଲା ଅଯୋଗ୍ୟ ଵ୍ୟକ୍ତି ଙ୍କ ନାଁ କିପରି ଯୋଗ୍ୟ ତାଲିକାରେ ପ୍ରକାଶ ପାଇଛି ତାକୁ ନେଇ ଅଭିଯୋଗ ତୀବ୍ର ହୋଇଥିବା ଜଣାପଡିଛି। ଏଥିପାଇଁ ଉକ୍ତ ଅଯୋଗ୍ୟ ହିତାଧୀକାରୀ ଙ୍କ ଭତ୍ତା କୁ ଅନୁସନ୍ଧାନ ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *