ମୁଖ୍ୟମନ୍ତ୍ରୀ  ମକା ମିଶନରେ କୃଷକ ମାନଙ୍କୁ ଉନ୍ନତମାନର ମକା ବିହନ ବଣ୍ଟନ

ବାଲିଗୁଡା,୨୩/୦୮/୨୦୨୫ (ଓଡ଼ିଶା ସମାଚାର)- କନ୍ଧମାଳ ଜିଲ୍ଲାର ବାଲିଗୁଡା ଅଂଚଳରେ ମୁଖ୍ୟମନ୍ତ୍ରୀ ମକା ମିଶନ ଓ ଶ୍ରୀ ଅନ୍ନ ଅଭିଯାନ କିଭଳି ଅଧିକ ଅଗ୍ରଗତି କରି ପାରିବ ସେ ସଂକ୍ରାନ୍ତରେ କାର୍ଯ୍ୟ କ୍ରମ ଆରମ୍ଭ ହୋଇଛି । ବୈଜ୍ଞାନିକ ପ୍ରଣାଳୀରେ ଚାଷ କାର୍ଯ୍ୟ କଲେ ମକା ଉତ୍ପାଦନ ବୃଦ୍ଧି ପାଇବ ଏବଂ ଚାଷୀମାନେ  ଅଧିକ ଲାଭବାନ ହୋଇପାରିବେ ବୋଲି ଉପସ୍ଥିତ ଥିବା ଅଧିକାରୀମାନେ ମତବ୍ୟକ୍ତ କରିଥିଲେ ।

ତତ୍ ସହିତ ଏହି ମିଶନ ସହିତ ଜଡିତ ଥିବା  କର୍ମଚାରୀ ମାନେ କିଭଳି ଉପଯୁକ୍ତ ଶିକ୍ଷା କୃଷକ ମାନଙ୍କୁ ଦେଇପାରିବେ ସେଇ ଉପରେ କନ୍ଧମାଳର  ସିଡିଏଓ ଚିତ୍ତରଞ୍ଜନ ଶତପଥୀ ଶାନ୍ତି ମୈତ୍ରୀ ସଭଗୃହରେ ଗତକାଲି ଶୁକ୍ରବାର ଆଲଚୋନା କରିଥିଲେ। ବିଭିନ୍ନ ସମୟରେ ସିଡିଏଓ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଂଚଳରେ ଓ ବିଭିନ୍ନ ସମୟରେ କ୍ଷେତ୍ର ପରିଦର୍ଶନ କରି ବିହନ ବଣ୍ଟନ ଓ ଚାଷର ଉନ୍ନତି ନିମନ୍ତେ ଚାଷୀ ମାନଙ୍କୁ ଉପଦେଶ ମାନ ପ୍ରଦାନ କରୁଛନ୍ତି।

ଏହି କାର୍ଯ୍ୟକ୍ରମ ଗୁଡିକ ରେ ସମ୍ପାଦକ ଶାନ୍ତି ମୈତ୍ରୀ ଶ୍ରୀ ଭଗବାନ୍ ଜେନା, ମକା ମିଶନ ର ବ୍ଲକ୍ ସଂଯୋଜିକା ସ୍ମାଇଲିନ୍ ନାୟକ,ସିଇଓ ଅଶ୍ଵିନୀ ମିଶ୍ର, ସିଆରପି ଝରଣା ନାୟକ, ଶ୍ରୀଅନ୍ନ ଅଭିଯାନ ର ବ୍ଲକ ସଂଯୋଜକ ଉଦୟ ନାଥ ନାୟକ, ପ୍ରଭାତ ସଠୁଆ, ଦେବାଶିଷ ବେହେରା ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। କୃଷକ ମାନଙ୍କୁ ଉନ୍ନତ ମାନର ମକା ବିହନ ବଣ୍ଟନ କରାଯାଇଥିଲା ।

ଉଚିତ ପ୍ରଣାଳୀରେ ରାସାୟନିକ ସାର ପ୍ରୟୋଗ ଓ ରୋଗପୋକ ପରିଚାଳନା କରାଗଲେ କୃଷକ ମାନେ ଅଧିକ ଫସଲ ଉତ୍ପାଦନ କରିପାରିବେ । ଏହାଦ୍ୱାରା କୃଷକ ମାନଙ୍କର ଆର୍ଥିକ ଅଭିବୃଦ୍ଧି ହେବ ଓ ସରକାରଙ୍କ ଯୋଜନା ଧର୍ଯ୍ୟ ଲକ୍ଷ୍ୟରେ ପହଂଚି ପାରିବ ବୋଲି ଶାନ୍ତିମୈତ୍ରୀ ର ସମ୍ପାଦକ ଶ୍ରୀ ଭଗବାନ ଜେନା ମତବ୍ୟକ୍ତ କରିଛନ୍ତି  ।

Leave a Reply

Your email address will not be published. Required fields are marked *