ଗଣେଶ ମେଲଣ ମହୋତ୍ସବ ନିମନ୍ତେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା

ଭୁବନ,୨୩/୦୮/୨୦୨୫ (ଓଡ଼ିଶା ସମାଚାର)-ଚଳିତ ବର୍ଷ ଗଣେଶ ପୂଜାରେ ହେବାକୁ ଥିବା ମେଲଣ ମହୋତ୍ସବକୁ ସରସ ସୁନ୍ଦର କରିବା ପାଇଁ ସ୍ଥାନୀୟ ବାଜି ରାଉତ କଲ୍ୟାଣ ମଣ୍ଡପ ଠାରେ ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭୁବନ ରେ ଥିବା ବିଦ୍ୟାଳୟ,ମହାବିଦ୍ୟାଳୟ ଓ କୋଚିଙ୍ଗ ସେଣ୍ଟର ର ଛାତ୍ର ଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

କୃତୀ ପ୍ରତିଯୋଗୀ ମାନଙ୍କୁ ଗଣେଶ ମେଲଣ ମହୋତ୍ସବ ରେ ପୁରସ୍କୃତ କରାଯିବାର ବ୍ୟବସ୍ଥା କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ଶାନ୍ତି କମିଟି ସଦସ୍ୟ ଟିଟୁ ଦାସ , ମନୋରଞ୍ଜନ ବେହେରା , ମିଥୁନ ପାତ୍ର, ଜଗନ ବେଜ , ନିର୍ମଳ ପୋଥାଳ , ଜୀବନ ଜ୍ୟୋତି ପୃଷ୍ଟି , ରାକେଶ୍ ପୃଷ୍ଟି ,ଡମ୍ବରୁ ଧର ପାତ୍ର , ନାରାୟଣ ନାୟକ , ରାମଚନ୍ଦ୍ର ନାୟକ , ଲିଙ୍ଗରାଜ ସାହୁ, ପିଣ୍ଟୁ ଦାସ , ସିଲୁ ନାୟକ , ସୌରଭ ରାଉତ, ମିଲୁ ରାଉତ , ସତ୍ୟବ୍ରତ ନାୟକ , ସୁଶାନ୍ତ ବାରିକ ,ପ୍ରଭଞ୍ଜନ ବେହେରା , ପ୍ରଜନ ପଟ୍ଟନାୟକ , ଚିନ୍ମୟ ପୃଷ୍ଟି , ଗୋପାଳ ନାୟକ , ଦେବାଶିଷ ସାହୁ , ବିପିନ୍ ଚିନରା , ବଳରାମ ସାହୁ , ମିଥୁନ କୁମାର ପାତ୍ର , ଜଗବନ୍ଧୁ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରି ସଫଳ କରିଥିଲେ ।

Leave a Reply

Your email address will not be published. Required fields are marked *