କଟକ ୦୫/୧୦/୨୦୨୬ ( ଓଡିଶା ସମାଚାର /ଅଭୟ ଜେନା) ରାଜ୍ୟର ଅଗ୍ରଣୀ ଅନୁଷ୍ଠାନ ଅନ୍ତରୀକ୍ଷ ଚାରିଟେବୁଲ ଟ୍ରଷ୍ଟ ର ତ୍ରୟମାସିକ ସାହିତ୍ୟ ପତ୍ରିକା ଅନ୍ତରୀକ୍ଷ ର ଶାରଦୀୟ ସଂଖ୍ୟା ୨୦୨୬ ସଫଳତାର ସହିତ କଟକ ର ଶ୍ରୀରାମଚନ୍ଦ୍ର ଭବନ ଠାରେ ଉନ୍ମୋଚନ ହୋଇଯାଇଛି।
ଏହି ଉନ୍ମୋଚନ ଉତ୍ସବରେ ଦୁଇ ପର୍ଯ୍ୟାୟ ବିଶିଷ୍ଟ ସଭାର ଆୟୋଜନ କରାଯାଇଥିଲା। ସଭାର ପ୍ରଥମ ପର୍ବରେ ଧର୍ମଶାଳା ମହିଳା ମହାବିଦ୍ୟାଳୟ ର ଅଧ୍ୟାପିକା ମାଙ୍ଗଳିକା ଦାସ ସଭାପତିତ୍ବ ରେ , ମୁଖ୍ୟ ଅତିଥି ସମାଜସେବୀ.କବି – ଡକ୍ଟର ଗୀତାଞ୍ଜଳି ମହାପାତ୍ର , ମୁଖ୍ୟ ବକ୍ତା ଶିକ୍ଷୟତ୍ରୀ ସବିତା କର ( ତ୍ରିପାଠୀ) , ସମ୍ମାନିତ ଅତିଥି – କବି ସାହିତ୍ୟିକା ସଂତୋଷିନୀ ଦାଶ (ଗିରି), ବରେଣ୍ୟ ଅତିଥି – କବି , ସୁଲେଖିକା , ହେମାଙ୍ଗିନୀ ପଟ୍ଟନାୟକ ଓ ବିଶିଷ୍ଟ ଅତିଥି – ସୁଲେଖିକା, ଲୀଳାମୟୀ ଦାଶ ଯୋଗଦେଇଥିଲେ । କନ୍ଧମାଳରୁ କବି ଓ ଆଇନଜୀବୀ ନିଳାଦ୍ରୀ କେଶରୀ ସାହାଣୀ ଙ୍କ ସଂଯୋଜନାରେ ବହୁ ସଂଖ୍ୟାରେ କବି ସ୍ୱରଚିତ କବିତା ଆବୃତ୍ତି କରିଥିଲେ।
ଦ୍ୱିତୀୟାର୍ଦ୍ଧରେ ବିଶିଷ୍ଟ ସମାଜସେବୀ ବିଶ୍ୱଜିତ୍ ସୂର୍ଯ୍ୟବଂଶୀ ଙ୍କ ସଭାପତିତ୍ବ ରେ ସମାଜସେବୀ ସଞ୍ଜୟ କୁମାର ଦାସ ମୁଖ୍ୟ ଅତିଥି , କେନ୍ଦ୍ର ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ କବି ରାଜକିଶୋର ପାଢ଼ୀ ମୁଖ୍ୟ ବକ୍ତା , ସମ୍ମାନିତ ବକ୍ତା – କଟକର ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ବିଶ୍ୱଜିତ୍ କର , ସମ୍ମାନୀତ ଅତିଥି – ବ୍ୟଙ୍ଗ କଥାକାର – ପ୍ରାକ୍ତନ ସହକାରୀ ଯନ୍ତ୍ରୀ ଇଞ୍ଜିନିୟର ସୌରାଂଶୁ ପଟ୍ଟନାୟକ , ବରେଣ୍ୟ ଅତିଥି – ଦାସ କେୟାର ହସ୍ପିଟାଲ ର ସ୍ଵତ୍ୱାଧିକାରି ହେମନ୍ତ ଭରଦ୍ୱାଜ ଓ ବିଶିଷ୍ଟ ଅତିଥି – owvs ର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ , ସଂଯୋଗ ପୁରୀ ସ୍ୱର୍ଗଦ୍ୱାର ପ୍ରଶାସନ , କଟକ ମହାନଗର ଏକତା କମିଟିର ସଭାପତି ,
ପ୍ରକାଶ କୁମାର ମହାନ୍ତି , ଉତ୍କଳ ସାହିତ୍ୟ ସମାଜର ସମ୍ପାଦକ , ସାହିତ୍ୟିକ ରାଜୀବ ଲୋଚନ ଷଡ଼ଙ୍ଗୀ ଯୋଗଦେଇ ଆମ ଉତ୍କଳୀୟ ସାହିତ୍ୟ ସଂସ୍କୃତି ଉପରେ ଅନେକ ସମ୍ବେଦନଶିଳ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା କରିବା ସହିତ ଅନ୍ତରୀକ୍ଷ ର ଶାରଦୀୟ ସଂଖ୍ୟା ଉନ୍ମୋଚନ କରିଥିଲେ । ପରେ ପରେ ଅନ୍ତରୀକ୍ଷ ପ୍ରକାଶନ ରୁ ପ୍ରକାଶିତ କବି ସୁ ସାହିତ୍ୟିକା ଶ୍ରୀମତୀ ସଂତୋଷିନୀ ଦାଶ (ଗିରି )ଙ୍କ ଶିଶୁ କବିତା ସଂକଳନ” ଚୁନା ଚୁନା ତାରାଫୁଲ ” , ଅମ୍ଳାନ କବି ଅରୁଣ କୁମାର ବାରିକ ଙ୍କ କବିତା ବହି “ସ୍ମୃତିଲଗ୍ନା” ଓ ଆନନ୍ଦ କୁମାର ମାଇତି ଷଷ୍ଠ ଗଳ୍ପ ସଂକଳନ “ତୁ ପ୍ରିୟତମା” ଉନ୍ମୋଚନ କରାଯାଇଥିଲା।
ପ୍ରଥମ କରି ଅନ୍ତରୀକ୍ଷ ତାର ଅନୁଷ୍ଠାନର ମର୍ଯ୍ୟାଦା ପୂର୍ଣ୍ଣ ଉପାଧି ” ଅନ୍ତରୀକ୍ଷ ର ଶବ୍ଦର ଯାଦୁଗର ଉପାଧି ” ଶ୍ରୀଯୁକ୍ତ ପ୍ରକାଶ କୁମାର ମହାନ୍ତି ଙ୍କୁ ସମ୍ମାନ ପତ୍ର , ଫଳକ , ଉତ୍ତରୀୟ , ପୁଷ୍ପଗୁଚ୍ଛ ଦେଇ ଉପାଧୀରେ ଭୂଷିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ଅନୁଷ୍ଠାନର ସ୍ଥାୟୀ ସଭାପତି ଆନନ୍ଦ କୁମାର ମାଇତି ତତ୍ତ୍ୱାବଧାନ କରୁଥିବା ବେଳେ ଟ୍ରଷ୍ଟ ର ମ୍ୟାନେଜିଂ ଟ୍ରଷ୍ଟି ଓ ଅନ୍ତରୀକ୍ଷ ପତ୍ରିକାର ସମ୍ପାଦିକା ଲକ୍ଷ୍ମୀପ୍ରିୟା ମାଇତି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅନୁଷ୍ଠାନର ସହ ସମ୍ପାଦିକା ସ୍ନେହଲତା ଧୀର ଧନ୍ୟବାଦ୍ ଅର୍ପଣ କରିଥିଲେ ।
