କୀଡିନୀ ରୋଗୀଙ୍କୁ ସହାୟତାର ହାତ ବଢାଇଲା କେନ୍ଦ୍ରାପଡା କୋ-ଅପରଟିଭ ସୋସାଇଟି

ପାଟକୁରା, ୨୨/୦୮/୨୦୨୫ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ପାଟକୁରା ଗ୍ରାମ ପଂଚାୟତ ପାଟକୁରା ମୁସଲମାନ ସାହିର ସାଦୋ ଖାଁ (୫୦) ଙ୍କ ପତ୍ନୀ ଅନସାରୀ ବିବି(୩୫)ଙ୍କୁ ସହାୟତାର ହାତ ବଢାଇଛନ୍ତି କେନ୍ଦ୍ରାପଡା କୋଅପରଟିଭ ସୋସାଇଟି ର ସଭାପତି ପ୍ରମୋଦ ସାହୁ । ଦୀର୍ଘ ୫ ବର୍ଷ ଧରି କିଡିନୀ ରୋଗରେ ପିଡିତା ଅନସାରୀ ବିବି ଶଯ୍ୟାଶାୟୀ ହୋଇ ବିଛଣାରେ ପଡିରହିଛନ୍ତି । ଗତ ଦୁଇ ବର୍ଷ ଧରି ପ୍ରତି ସପ୍ତାହରେ ତାଙ୍କର ଡ଼ାଇଲିସିସ୍ ଚାଲିଛି ।

ଅର୍ଥ ଅଭାବରୁ ସଠିକ୍ ଚିକିତ୍ସା ପାଇପାରୁନାହିଁ । ଦୁଃଖ ଉପରେ ନଳିତା ବିଡା ପରି ତାଙ୍କ ପରିବାରକୁ ଦୁଃଖ ମାଡି ଆସିଛି । ଏହି ଦୁଃଖଦ ଖବର ପାଇ କେନ୍ଦ୍ରାପଡା କୋଅପରଟିଭ ସୋସାଇଟି ର ସଭାପତି ପ୍ରମୋଦ ସାହୁ ପାଟକୁରା ଗ୍ରାମର ଅନସାରୀ ବିବି ଙ୍କ ଘରେ ପହଞ୍ଚି ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିବା ସହିତ ୧୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି ।

ଶ୍ରୀ ସାହୁ ଙ୍କ ସହିତ କେନ୍ଦ୍ରାପଡା କୋଅପରଟିଭ ସୋସାଇଟି ର ଗରଦପୁର ଶାଖା ପରିଚାଳକ ଅନୋଜ ସିଂ ଓ ସୋସାଇଟ ନିର୍ଦେଶକ ବୁଲୁ ନନ୍ଦୀ ଙ୍କ ସମେତ ଏଜେଣ୍ଟ ଦୀପକ ପାଣି ଉପସ୍ଥିତ ଥିଲେ । ତାଙ୍କର ଏହି ଆର୍ଥିକ ସହାୟତା ପ୍ରଦାନ ସମୟରେ ଅନସାରୀ ଙ୍କ ପରିବାର ଲୋକ ଉପସ୍ଥିତ ଥିବାବେଳେ ସଂଖ୍ୟାଲଘୁ ସଂପ୍ରଦାୟର ସ୍ଥାନୀୟ ବିଶିଷ୍ଟ ରାଜନେତା ଓ ବସ୍ତିସର୍ଦାର ଉପସ୍ଥିତ ଥିଲେ ।

ସୂଚନା ଯୋଗ୍ୟ ଯେ କେନ୍ଦ୍ରାପଡା କୋ ଅପରଟିଭ ସୋସାଇଟି ବିଭିନ୍ନ ସମୟରେ ଅସହାୟ ଓ ଗରୀବ ରୋଗୀ ଙ୍କୁ ଆର୍ଥିକ ସହାୟତା ଚିକିତ୍ସା ପାଇଁ ପ୍ରଦାନ କରିବା ସଙ୍ଗେସଙ୍ଗେ ଉଚ୍ଚଶିକ୍ଷା ପାଇଁ ଗରୀବ ଓ ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ସହାୟତା ପ୍ରଦାନ କରିଥାଏ । ପ୍ରାକୃତିକ ବିପର୍ୟ୍ୟୟ ସମୟରେ ବିପନ୍ନ ମାନଙ୍କୁ ରିଲିଫ ପ୍ରଦାନ କରିଥାଏ । ଜାତୀୟ ଓ ଆର୍ନ୍ତଜାତୀୟ କୃତୀ ଖେଳାଳୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଏବଂ ସମ୍ବର୍ଦ୍ଧିତ କରିଥାଏ ।

Leave a Reply

Your email address will not be published. Required fields are marked *