ଲଗାଣ ଵର୍ଷାରେ କ୍ଷତିଗ୍ରସ୍ତ ଚାଳଘର ପରିବାରଙ୍କୁ ଜରିପାଲ ପ୍ରଦାନ

କଟକ ସଦର,୨୨/୦୮/୨୦୨୫ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର-୨ ରେ‌ ବସବାସ କରୁଥିବା ଗରୀବ ପରିବାର ଆଜି ପର୍ଯ୍ୟନ୍ତ ସରକାର ଙ୍କ ପକ୍କା ଘର ନପାଇ ଦୁର୍ଦ୍ଦିନରେ ଚଳୁଥିବା ଦୀର୍ଘ ଦିନ ହେଲା ଅଭିଯୋଗ ହୋଇଆସୁଛି।ଏବେ ଲଗାଣ ଵର୍ଷାରେ ଚାଳରୁ ପାଣି ଗଳି ଜୀଵନ ଯାତ୍ରା ପ୍ରଭାବିତ ହୋଇଛି।

ଖବର ପାଇ ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀଙ୍କ ନିର୍ଦେଶ କ୍ରମେ ସଦର ତହସିଲଦାର ଆଜି ଶୁକ୍ରବାର ଦିନ ଆୟତପୁର ରାଜସ୍ୱ ନୀରିକ୍ଷକ ପବିତ୍ର କୁମାର ବେହେରା କ୍ଷତିଗ୍ରସ୍ତ ଜଗବନ୍ଧୁ ନାୟକ, ଈଶ୍ୱର ନାୟକ, ରବିନ୍ଦ୍ର ନାୟକ, କ୍ଷୀର ନାୟକ, କୁନି ନାୟକ, ବେଙ୍ଗୁଲି ନାୟକ, ପ୍ରଶାନ୍ତ ନାୟକ ଙ୍କୁ ଜରିପାଲ ପ୍ରଦାନ କରିଥିବା ଜଣାଯାଇଛି। ତୁରନ୍ତ ଏମାନଙ୍କୁ ପକ୍କା ଘର ଯୋଗାଇଦେବାକୁ ଯୁବ ସମାଜସେବୀ ବଳରାମ ନାୟକ ଜିଲ୍ଲା ପ୍ରଶାସନ ଠାରେ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *