ସଂସ୍କୃତିପୁରୁଷ ଗୁରୁ ଗଙ୍ଗାଧରଙ୍କ ସ୍ମୁତିରେ ଗଭୀର ଶ୍ରଦ୍ଧାଞ୍ଜଳି

ମାହାଙ୍ଗା,୧୨/୦୧/୨୦୨୪(ଓଡିଶା ସମାଚାର /ଅଭୟ ଜେନା)- ବିଶିଷ୍ଟ ସଂଗୀତକାର,ସଂକୀର୍ତ୍ତନ ବିଶାରଦ,କଳାର ପୂଜାରୀ ତଥା ସଂସ୍କୃତି ପୁରୁଷ,ଶତାୟୁ ଗୁରୁ ଗଙ୍ଗାଧର ସାହୁଙ୍କ ଦ୍ଵାଦଶାହ ତିଥିରେ ଜନ୍ମମାଟି ବନଗୁରୀଆ ଗ୍ରାମର ଶ୍ରୀ ଶ୍ରୀ ବାନା ବଟେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ଅଖିଳେଶ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସ୍ମୁତି ଶ୍ରଦ୍ଧାଞ୍ଜଳି ସମାରୋହରେ ଶିକ୍ଷାବିତ ରତ୍ନାକର ମହାନ୍ତି ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ସ୍ବର୍ଗତ ସାହୁଙ୍କ ବହୁମୁଖୀ ଜୀବନାଦର୍ଶ ଉପରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବେ ଗୀତିକାର ବିଶ୍ୱେଶ୍ୱର ମହାନ୍ତି, ବରେଣ୍ୟ ଅତିଥି ଭାବେ ସଂଗୀତକାର କକ୍ଷ୍ମୀନାରାୟଣ ପୁରୋହିତ, ସମ୍ମାନିତ ଅତିଥି ଭାବେ ନାଟ୍ୟକାର କିଶୋର ଚନ୍ଦ୍ର ଦାଶ, ସମ୍ମାନିତ ବକ୍ତାଭାବେ ସମାଜସେବୀ ରାମଚନ୍ଦ୍ର ମହାପାତ୍ର,ଭଗବତ ପ୍ରେମୀ ନଟବର ମହାନ୍ତି, ସମାଜସେବୀ କାମିନୀକାନ୍ତ ମହାନ୍ତି,ପୂର୍ବତନ ସମିତିସଭ୍ୟ ନିହାର ରଞ୍ଜନ ପଣ୍ଡା,ସଂସ୍କୃତିପ୍ରେମୀ କୃଷ୍ଣ ଚନ୍ଦ୍ର ବାରିକ,କଳାପ୍ରେମୀ ସମୀର କୁମାର ରାମ,ପୂର୍ବତନ ସରପଞ୍ଚ ସୁବାସ ବେହେରା,ସାହି ମୁରବୀ ଅନନ୍ତ କିଶୋର ସାହୁ,ୱାର୍ଡସଭ୍ୟ ଶ୍ୟାମ ସୁନ୍ଦର ମୁଦୁଲି, ପନଗ ଭୂଷଣ ଦାସ,କବି ଅର୍ଜ୍ଜୁନି ବିହାରୀ,ସୂର୍ୟ୍ୟକାନ୍ତ ସାହୁ ପ୍ରମୁଖ ସଂସ୍କୃତି ପୁରୁଷ ସ୍ବର୍ଗତ ସାହୁଙ୍କ କୃତୀ ଓ କୀର୍ତ୍ତିର ମୂଲ୍ୟାୟନ କରିଥିଲେ । ସ୍ବର୍ଗତ ସାହୁଙ୍କ ପୁତ୍ର ଶଙ୍କର୍ଷଣ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ସାନ ପୁଅ ଅଭିମନ୍ୟୁ ସାହୁ ପିତାଙ୍କ ସ୍ମୁତିରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇଥିବା ଅତିଥି ମାନଙ୍କୁ କୃତଜ୍ଞତା ଅର୍ପଣ କରିଥିଲେ । ଏହି ଅବସରରେ କୋଡିଏରୁ ଅଧିକ ସଂକୀର୍ତ୍ତନ ମଣ୍ଡଳୀ ଯୋଗଦେଇଥିଲେ । ପ୍ରତ୍ୟେକ ସଂକୀର୍ତ୍ତନ ମଣ୍ଡଳୀର ସଦସ୍ୟ ମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଗୁରୁ ଗଙ୍ଗାଧରଙ୍କ ସ୍ମୁତିରେ ଲବ୍ଧ ପ୍ରତିଷ୍ଠିତ କଳାକାର ମାନଙ୍କ ଦ୍ୱାରା ଭଜନ ଓ ସଂକୀର୍ତ୍ତନ ପରିବେଷଣ କାର୍ୟ୍ୟକ୍ରମ ସମ୍ପନ୍ନ ହୋଇଥିଲା । ଗ୍ରାମର ମୁଖିଆ ନିତ୍ୟାନନ୍ଦ ବିହାରୀ ଓ ନିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଗଣେଶ ବିହାରୀ, ରବୀନ୍ଦ୍ର ପୃଷ୍ଟି, ନିରଞ୍ଜନ ବିହାରୀ, ବିମ୍ବାଧର ସାହୁ,ପ୍ରିୟ ରଞ୍ଜନ ଦାସ,କାର୍ତ୍ତିକ ବିହାରୀ, ନଙ୍ଗୁଳି ବିହାରୀ,ଗୋବିନ୍ଦ ସାହୁ,ସନାତନ ସାହୁ, ଅକ୍ଷୟ ସାହୁ, ରଞ୍ଜନ ପୃଷ୍ଟି,ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *