ଯାଜପୁର ୨୪/୦୪/୨୦୨୬ (ଓଡ଼ିଶା ସମାଚାର)- ଜନଗଣନା-୨୦୨୭ ଅନୁସାରେ ଯାଜପୁର ଟାଉନ ସେନସସ୍ ଚାର୍ଜ ଅଧିନରେ ଥିବା ଜିଲ୍ଲାପାଳଙ୍କ ବାସଗୃହ, ଜିଲ୍ଲା ଦୌରା ଜଜ, ଅତିରିକ୍ତ ଜିଲ୍ଲା ଜଜ୍, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳ ଙ୍କ ବାସଗୃହର ଗୃହଗଣନା କାର୍ଯ୍ୟ ଆଜି ଯାଜପୁର ଟାଉନ ସେନସସ୍ ଚାର୍ଜ ଅଫିସର ଶ୍ରୀ ଲକ୍ଷ୍ମୀଧର ରାଉତ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗଣନା କାରୀ ଜ୍ୟୋତ୍ସ୍ନା ରାଣୀ ମାରାଣ୍ଡି ଏବଂ ସୁପରଭାଇଜର ଆଶୁତୋଷ ଦାସ ଙ୍କ ସମେତ ମାଷ୍ଟର ଟ୍ରେନର ହେମନ୍ତ କୁମାର ସାହୁ ଓ ଅମୀୟ କୁମାର ସ୍ୱାଇଁ ପ୍ରମୁଖ ଗୃହ ଗଣନା କାର୍ଯ୍ୟ ସମ୍ପାଦନ କରିଥିଲେ ।
ବର୍ତ୍ତମାନ ଟାଉନସେନସସ ଅଧିନରେ ୯୦ ଗୋଟି HLB ରେ ୯୦ ଜଣ ଜନଗଣନାକାରୀ ଓ ୧୫ ଜଣ ସୁପରଭାଇଜର ଗୃହ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଏହି ଗୃହ ଗଣନା କାର୍ଯ୍ୟ ୧୬.୦୪.୨୦୨୬ ଠାରୁ ୧୫.୦୫.୨୦୨୬ ରିଖ ପର୍ଯ୍ୟନ୍ତ ଚାଲୁ ରହିବ । ବର୍ତ୍ତମାନ ଭାରତ ସରକାର ତଥା ଓଡ଼ିଶା ସରକାରଙ୍କ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତି ମତେ ପ୍ରମୁଖ ଜନଗଣନା ଅଧିକାରୀ ତଥା ଜିଲ୍ଲାପାଳ, ଯାଜପୁର ଶ୍ରୀ ଅମ୍ବର କୁମାର କର ଏବଂ ଜିଲ୍ଲା ଜନଗଣନା ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାୟକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମଗ୍ର ଯାଜପୁର ଜିଲ୍ଲାରେ ଗୃହ ଗଣନା କାର୍ଯ୍ୟ ଚାଲୁ ରହିଛି । ତେଣୁ ଜନ ସାଧାରଣ ମାନଙ୍କୁ ଅନୁରୋଧ କରାଯାଉଛି କି ସେମାନେ ଏହି ମହାନ ଗୃହ ଗଣନା କାର୍ଯ୍ୟରେ ସାମିଲ ହୋଇଗଣନାକାରୀ ଏବଂ ସୁପରଭାଇଜର ମାନଙ୍କୁ ସହଯୋଗ କରନ୍ତୁ ।
