ଓଡ଼ିଶା ସରକାରଙ୍କ ସଫଳ ୨ ବର୍ଷ ପୂର୍ତ୍ତି।

ଯାଜପୁ ର ଜିଲ୍ଲାର ଗ୍ରାମପଞ୍ଚାୟତ ସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିର ସଫଳତାର ସହ ସମ୍ପନ୍ନ।

ଯାଜପୁର,୩୦/୦୬/୨୦୨୬ (ଓଡ଼ିଶା ସମାଚାର)-ରାଜ୍ୟ ସରକାରଙ୍କ ସଫଳ ଶାସନର ଦୁଇ ବର୍ଷ ପୂର୍ତ୍ତି ଉପଲକ୍ଷେ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିବା “ବିକାଶର ଧାରା ଓଡ଼ିଶା ସାରା” ଅଭି ଯାନ ଅନ୍ତର୍ଗତ ଯାଜପୁର ଜିଲ୍ଲାର ଏକ ବୃହତ ସ୍ୱାସ୍ଥ୍ୟ ସେବା କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଜିଲ୍ଲାର ୩୧୧ଟି ଗ୍ରାମପଞ୍ଚାୟତରେ ଆୟୋଜିତ ଏହି ସ୍ୱାସ୍ଥ୍ୟ ଶିବିର ଜୁନ୍ ୩୦, ୨୦୨୬ ରିଖ ରେ ଉଦଯାପିତ ହୋଇଯାଇଛି।

ଯାଜପୁର ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସୂଚାରୁ ଯୋଜନା, ସଠିକ୍ ଦିଗଦର୍ଶନ ଓ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ସମସ୍ତ ଶିବିର ଅତି ସଫଳତାର ସହ ପରିଚାଳିତ ହୋଇ ସୃଷ୍ଟି କରିଛି ଏକ ନୂତନ ରେକର୍ଡ। ଏହି ଗ୍ରାମପଞ୍ଚାୟତ ସ୍ତରୀୟ ମେଗା କ୍ୟାମ୍ପଗୁଡ଼ିକରେ ଗ୍ରାମାଞ୍ଚଳର ଜନସାଧାରଣଙ୍କୁ ମାଗଣାରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ବିଶେଷ କରି ମ୍ୟାଲେରିଆ ପରୀକ୍ଷା (Malaria Testing), ରକ୍ତହୀନତା ଚିହ୍ନଟ (Anaemia Case Detection) ଏବଂ ଅଣ-ସଂକ୍ରାମକ ରୋଗ (NCD Screening) ଭଳି ଗୁରୁତ୍ୱପୂର୍ଣ୍ଣ ସ୍କ୍ରିନିଂ ବ୍ୟବସ୍ଥା କରାଯାଇ ହଜାର ହଜାର ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି । ଏହା ସହିତ ସରକାରଙ୍କ ପ୍ରମୁଖ ସ୍ୱାସ୍ଥ୍ୟ ଯୋଜନା ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା (AB- PMJAY – GJAY) ଅଧୀନରେ ବ୍ୟାପକ କାର୍ଡ ବଣ୍ଟନ ଏବଂ ନୂତନ AVVY କାର୍ଡ ପ୍ର ଦାନ କରାଯାଇଛି । ଜନସାଧାରଣଙ୍କ ସୁବିଧା ପାଇଁ କ୍ୟାମ୍ପ ସାଇଟରେ ହିଁ ଅଣ-ଇ-କେୱାଇସି (Non e-KYC) ରୁ ସଫଳ ଇ-କେୱାଇସି (e-KYC) ରୂପାନ୍ତରଣ କାର୍ଯ୍ୟକ୍ରମ ସୁଗମତାର ସହ କରାଯାଇଥିଲା।

ଏହି ମହତ କାର୍ଯ୍ୟକ୍ରମକୁ ତୃଣମୂଳ ସ୍ତରରେ ସଫଳ କରିବା ପାଇଁ ସ୍ଥାନୀୟ ପଞ୍ଚାୟତରାଜ ଅନୁଷ୍ଠାନ (PRI) ର ସମସ୍ତ ପ୍ରତିନିଧି ଓ ସଦସ୍ୟମାନେ ପୂର୍ଣ୍ଣସହୋଯାଗ କରିଥିଲେ। ସେମାନଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସମନ୍ୱୟ ଯୋଗୁଁ ପ୍ରତ୍ୟେକଟି ସ୍ୱାସ୍ଥ୍ୟ ଶିବିରରେ ଲୋକଙ୍କ ଅଦ୍ଭୁତପୂର୍ବ ଭିଡ଼ ଦେଖିବାକୁ ମିଳିଥିଲା ଏବଂ ସାରା ଜିଲ୍ଲାରେ ଏହା ଏକ ଗ୍ରାଣ୍ଡସକ୍ସେସ୍ ବା ମହା ସଫଳତା ଭାବେ ପରି ଗଣିତ ହୋଇଛି । ଧର୍ମଶାଳା ବ୍ଲକରେ ସର୍ବାଧିକ ୧୫,୨୨୦ ଜଣ AB-PMJAY ହିତାଧିକାରୀ ତାଲିକାଭୁକ୍ତ ହୋଇଇଥିବା ବେଳେ ୫,୮୦୫ଟି କାର୍ଡ ବଣ୍ଟନ କରାଯାଇଛି ।

ଦଶରଥପୁର ବ୍ଲକରେ ସର୍ବାଧିକ  ୨,୭୫୩ ଜଣଙ୍କର NCD  ସ୍କ୍ରିନିଂ ଏବଂ ୨,୫୩୯ ଜଣଙ୍କର ମ୍ୟାଲେରିଆ ପରୀକ୍ଷା ସଫଳତାର ସହ କରାଯାଇଛି । କୋରଇ ବ୍ଲକର ସର୍ବାଧିକ ୧,୯୦୭ ଜଣଙ୍କର ସଫଳ ଇ-କେୱାଇସି (e-KYC) ସମ୍ପନ୍ନ କରାଯାଇଛି । ଏହି ଅଦ୍ଭୁତପୂର୍ବ ସଫଳତା ଯାଜପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସଦୃଶ ହୋଇଛି , ଯାହା ପ୍ରତ୍ୟେକ ନାଗରିକଙ୍କ ନିକଟରେ ସରକାରଙ୍କ କଲ୍ୟାଣକାରୀ ଯୋଜନା ପହଞ୍ଚାଇବାର ପ୍ରତିବଦ୍ଧତାକୁ ପ୍ରମାଣିତ କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସ୍ୱାସ୍ଥ୍ୟ କର୍ମୀ, ପ୍ରଶାସନିକ ଅଧିକାରୀ ଏବଂ ଜନପ୍ରତିନିଧିମାନଙ୍କୁ ସେମାନଙ୍କର ଅକ୍ଳାନ୍ତ ପରିଶ୍ରମ ପାଇଁ ସାଧୁବାଦ ଜଣାଯାଇଛି ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *