କଟକ ସଦର , ୧୨/୦୧/୨୦୨୪ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ଆସନ୍ତା ୧୭ ତାରିଖ ରେ ପୁରୀ ଶ୍ରୀମନ୍ଦିର ଚତୃ ପାର୍ଶ୍ଵରେ ଲୋକାର୍ପିତ ହେଵାକୁ ଥିବା ପରିକ୍ରମା ପ୍ରକଳ୍ପ ପାଇଁ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଓ ଚେତନା ସୃଷ୍ଟି ପାଇଁ ଆଜି ଶୁକ୍ରବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ମାଣପୁର ପଞ୍ଚାୟତରେ ପରିକ୍ରମା କଲା ଅର୍ପଣ ରଥ। ମାଣପୁର ପଞ୍ଚାୟତ ଵିଜେଡି ସଭାପତି ରୁସ୍ତମ ମହମ୍ମଦ ଓ ସରପଞ୍ଚ ରଂଜିତା ସେଠୀଙ୍କ ନେତୃତ୍ୱରେ ମହିଳା ଓ ପୁରୁଷ ମାନେ ନାମ ସଂର୍କୀତନ ସହିତ ଜୟ ଜଗନ୍ନାଥ ଧ୍ବନିରେ ପଞ୍ଚାୟତର ଘର ଘର ବୁଲି ଭକ୍ତି ଅର୍ଘ୍ୟ ଅକ୍ଷତ ଓ ଗୁଆ ସଂଗ୍ରହ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ କବିତା ଦାସ,ଭାରତୀ ମହାରଣା, ନିରୁପମା ରାଉତ, ରେଣୁବାଳା ମହାରଣା, ବନଜା ରାଉତ, ଅକ୍ଷୟ କୁମାର ସେଠୀ,ଵାଵୁଲି ପ୍ରଧାନ, ମନମୋହନ ମଲ୍ଲିକ, ସନ୍ତୋଷ ସାହୁ, ବିଭୁତି ସ୍ୱ। ଇଂ, ଵିଭୂ ପ୍ରଧାନଙ୍କ ସହିତ ଶତାଧିକ ମହିଳା ଓ ପୁରୁଷ ସାମିଲ ହୋଇଥିଲେ। ସେହିପରି ଵୋଧପୁର ପଞ୍ଚାୟତରେ ସରପଞ୍ଚ ପ୍ରଶାନ୍ତ ବେହେରାଙ୍କ ନେତୃତ୍ବରେ ଆଜି ଅର୍ପଣ ରଥ ବିଭିନ୍ନ ଗ୍ରାମ ପରିକ୍ରମା କରିଛି ।