ସାହସୀ ଝିଅ ଶୁଭସ୍ମିତାକୁ ଭେଟି ସାବାସୀ ଜଣାଇଲେ ବିକାଶ ପରିଷଦର ସଦସ୍ୟ

ମାହାଙ୍ଗା,୨୦/୦୮/୨୦୨୫ ( ଓଡିଶା ସମାଚାର/ ଅଭୟ ଜେନା )- ଜେଏନ କଲେଜ ଛାତ୍ରୀ ଶୁଭସ୍ମିତା ସାହୁ ଦୁର୍ବୁତ୍ତଙ୍କ ଛୁରାମାଡ଼ର ଶୀକାର ହେବାସତ୍ୱେ  ନିଜ ଜୀବନ ଓ ସମ୍ମାନ ପାଇଁ ଯେଉଁଭଳି ଏକୁଟିଆ ଲଢ଼ିଥିଲେ, ସେଥିପାଇଁ ଏହି ସାହସୀ ଝିଅକୁ ତାଙ୍କ ବାସଭବନରେ ଆଜି “ମାହାଙ୍ଗା ବିକାଶ ପରିଷଦ” ର ସଦସ୍ୟ ଓ କର୍ମକର୍ତ୍ତା ମାନେ ଭେଟି ସାବାସୀ ଜଣାଇଛନ୍ତି  ।

ଦୁଇ ଜଣ ଅସାମାଜିକ ଯୁବକଙ୍କ ସହିତ ରକ୍ତାକ୍ତ ସଂଘର୍ଷ କରି ଶେଷରେ ବିଜୟୀ ହୋଇଥିବା ଏହି କଲେଜ ଛାତ୍ରୀ ଜଣକ ପ୍ରମାଣିତ କରିଛନ୍ତି, “ନାରୀ କେବେବି’ ଅବଳା କିମ୍ବା ଦୁର୍ବଳା ନୁହେଁ” । ହସ୍ପିଟାଲରୁ ଚିକିତ୍ସିତ ହୋଇ ଗତ କାଲି ରାତିରେ ନିଜ ଘର ମୂଳବସନ୍ତରେ ପହଂଚି ଥିବା ଶୁଭସ୍ମିତା ଙ୍କ ଠାରୁ ବୟାନ ରେକର୍ଡ କରିଛି ମାହାଙ୍ଗା ପୋଲିସ ।

ଅପରାଧୀଙ୍କ ବିରୁଦ୍ଧରେ ଏତଲା ଛନ୍ତି ଶୁଭସ୍ମିତା । ପୋଲିସ ଘଟଣାର ଖୋଳତାଡ଼ ଜାରି ରଖିଛି ଓ ଅଭିଯୁକ୍ତଙ୍କ ପାଖରେ ପହଂଚିବ ବୋଲି ଦାବି କରିଛି ।

ସ୍ଥାନୀୟ ବିଧାୟକ ତଥା ବିକାଶ ପରିଷଦ ଅଧ୍ୟକ୍ଷ ଶାରଦା ପ୍ରସାଦ ପ୍ରଧାନଙ୍କ ନିର୍ଦ୍ଦେଶ କ୍ରମେ, ପରିଷଦର ଯୁବ ସଂଗଠକ ଭକ୍ତ ଚରଣ ସ୍ବାଇଁଙ୍କ ନେତୃତ୍ୱରେ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର ନାଥ ଶତପଥୀ, କୁଣ୍ଡି ସେବା ସମବାୟ ସମିତିର ସଭାପତି ଅଖିଳେଶ ମହାନ୍ତି,ଯୁବ ସଂଗଠକ ଅରୁଣ କୁମାର ସେଠୀ, ମନୋରଞ୍ଜନ ବିଶ୍ୱାଳ, ନିର୍ମଳ କୁମାର ରାଉତ, ପୂର୍ବତନ ସରପଞ୍ଚ ଅଭିନ୍ନ ଯେନା, ଆଇନୀଜୀବୀ ଗୌତମ ଶତପଥୀ, ମୃତ୍ୟୁଞ୍ଜୟ ବିଶ୍ୱାଳ, ଯଯାତି ସିଂ, ଅରୁଣ ଲେଙ୍କା,ରଶ୍ମି ରଞ୍ଜନ ନାୟକ,ରାକେଶ ବେହେରା ଏବଂ ଆରିଫ ଖାଁ,ପ୍ରମୁଖ ଶୁଭସ୍ମିତାଙ୍କ ବାପାଙ୍କୁ ସାକ୍ଷାତ କରି, ଝିଅର ସାହାସିକତା ପାଇଁ ଧନ୍ୟବାଦ ଜଣାଇଥିଲେ ।  ଅପରାଧୀ ମାନଙ୍କ ଗିରଫ ପାଇଁ ବିକାଶ ପରିଷଦ ପକ୍ଷରୁ ଦୃଢ଼ ଦାବି କରାଯାଇଥିଲା ।

Leave a Reply

Your email address will not be published. Required fields are marked *