ସିଫାର ଜାତୀୟ ପ୍ରଶିକ୍ଷଣ ଶିବିରର ଶିବିରାର୍ଥୀ ଙ୍କ ଗରଦପୁର ବ୍ଳକ ପରିଦର୍ଶନ

ପାଟକୁରା ୨୦/୦୮/୨୦୨୫ (ଓଡ଼ିଶା ସମାଚାର)- କେନ୍ଦ୍ରୀୟ ମଧୁର ଜଳ ମତ୍ସ୍ୟ ଉତ୍ପାଦନ ସଂସ୍ଥା ଭୂବନେଶ୍ବର ପକ୍ଷରୁ ଆନୁବଂଶିକ ବା ଜେନେଟିକ ପରିଚାଳନା ସହ ଉନ୍ନତ ମତ୍ସ୍ୟ ଜାଆଁଳ ଉତ୍ପାଦନ ଓ ବୃଦ୍ଧିକରଣ  ପ୍ରଶିକ୍ଷଣ ଶିବିରର ଶିବିରାର୍ଥୀମାନେ  ଆଜି ଗରଦପୁର ବ୍ଲକ ପରିଦର୍ଶନ କରିଛନ୍ତି । ଏହି ଶିବିରାର୍ଥୀମାନେ ଗରଦପୁର ବ୍ଲକ ଅଧୀନ ବୁଢ଼ୀ ଜାଗୁଳାଇ ମତ୍ସ୍ୟ ଜାଆଁଳ ଉତ୍ପାଦନ କେନ୍ଦ୍ର ଭଗବାନପୁର କୁ ପରିଦର୍ଶନରେ ଆସି ବିଭିନ୍ନ ପ୍ରକାରର ଆନୁବଂଶୀକ ବିକଶିତ ଜୟନ୍ତୀ ରୋହି, ସିଫାର ଅମୃତ ଭାକୁର ସମେତ ଅନ୍ୟ ମତ୍ସ୍ୟ ଜାଆଁଳ ଉତ୍ପାଦନ ଓ ବୃଦ୍ଧିକରଣ ବିଷୟରେ ଶିକ୍ଷା ଆହରଣ କରିଛନ୍ତି ।

ପରିଦର୍ଶନ  ଅବସରରେ ଉକ୍ତ କେନ୍ଦ୍ରର ପରିଚାଳିକା ଝିନା ପରିଡ଼ା ଙ୍କ ତତ୍ବାବଧାନରେ ସିଫାର ପ୍ରଧାନ ବୈଜ୍ଞାନିକ ଖୁଣ୍ଟିଆ ମୁର୍ମୁ, ବୈଜ୍ଞାନିକ ଅବିନାଶ ବିଶାଲ ଓ କେନ୍ଦ୍ରାପଡା ଜିଲ୍ଲା ମତ୍ସ୍ୟ ଅଧିକାରୀ ଶଶାଙ୍କ ଶେଖର ସାହୁ ପ୍ରମୁଖ ଯୋଗଦେଇ ଉକ୍ତ ଶିବିରାର୍ଥୀମାନଙ୍କୁ ପ୍ରଶିକ୍ଷଣ ପରିଦର୍ଶନ ଉପଯୋଗିତା ଉପରେ ଆଲୋଚନା କରିବା ସହ ପ୍ରଶିକ୍ଷଣ ଦେଇଥିଲେ ।

ତେବେ ସିଫା ପକ୍ଷରୁ ଆୟୋଜିତ ଏହି ୫ ଦିନିଆ ପ୍ରଶିକ୍ଷଣ ଶିବିରରେ ଦେଶର ମହାରାଷ୍ଟ୍ର, ବିହାର, ଆସାମ, ପଶ୍ଚିମବଙ୍ଗ,ଛତିଶଗଡ଼, ଆନ୍ଧ୍ରପ୍ରଦେଶ,ତେଲେଙ୍ଗାନା ଭଳି ଅନେକ ରାଜ୍ୟର ମତ୍ସ୍ୟ ଅଧିକାରୀ, ଛାତ୍ର, ମତ୍ସ୍ୟ ଚାଷୀ ଙ୍କ ସମେତ ଓଡିଶା ରାଜ୍ୟ ର ଜଗତସିଂହପୁର, ଅନୁଗୋଳ, ବାଲେଶ୍ଵର, ଭଦ୍ରକ, ନୂଆପଡା, ସମ୍ବଲପୁର,କୋରାପୁଟ, କଳାହାଣ୍ଡି, ପୁରୀ,ଯାଜପୁର,ଖୋର୍ଦ୍ଧା ଓ କଟକ ଜିଲ୍ଲା ସମେତ ୧୫ ଟି ଜିଲ୍ଲାର ସହକାରୀ ମତ୍ସ୍ୟ ଅଧିକାରୀ,ଚାଷୀ,  ଛାତ୍ରୀ ଛାତ୍ର ମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଉଛନ୍ତି।

ସହକାରୀ ମତ୍ସ୍ୟ ଅଧିକାରୀ ମାନେ ହେଲେ କଳାହାଣ୍ଡିର ଲିମନ ଚନ୍ଦନକର, ପୁରୀର ସଂଘମିତ୍ରା ପାଣିଗ୍ରାହୀ,କନ୍ଧମାଳର ଆଶାଲକ୍ଷ୍ମୀ ନରେନ୍ଦ୍ର,ଭଦ୍ରକ ର ବିକାଶ ରଞ୍ଜନ ପଣ୍ଡା, ବାଲେଶ୍ୱର ର ପାର୍ଥସାରଥୀ ସ୍ୱାଇଁ କୋରାପୁରର ସ୍ୱପ୍ନା ବେହେରା, ଯାଜପୁର ର ଗାୟତ୍ରୀ ନାୟକ,ବାଲେଶ୍ୱର ର ଅନିଶା  ପ୍ରଧାନ, କଳାହାଣ୍ଡିର ଏନ ଶ୍ଵେତା ସମୀକ୍ଷା, ଖୋର୍ଦ୍ଧାର ଆଲୋକ କୁମାର ସେଠୀ, ନବରଙ୍ଗପୁର ସଞ୍ଜନା ସାମଲ,କୋରାପୁଟର ନିରଞ୍ଜନ ସଢଙ୍ଗୀ,ତେଲେଙ୍ଗାନାର ଅରୂମଲ୍ଲା ପବନ, ଆନ୍ଧ୍ରପ୍ରଦେଶ ଏନ ଏନ ଏସ ନାଗଙ୍କ ସମେତ ଅନ୍ୟ ମାନେ ଭାଗ ନେଇଥିଲେ । ଆଜିର ତୃତୀୟ ଦିବସ ଭଗବାନପୁର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମ  ଲାଲିମା ପ୍ରୀୟଦର୍ଶନୀ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *