ନାଗେଶ୍ବର ନାଥଙ୍କ ଵିଶ୍ୱଶାନ୍ତି ମହାଯଜ୍ଞ ପାଇଁ ପ୍ରସ୍ତୁତି

କଟକ ସଦର,୦୧/୦୩/୨୦୨୪ (ଓଡ଼ିଶା ସମାଚାର/ବିଷ୍ଣୁ ବେହେରା): କମିଶନରେଟ କନ୍ଦରପୁର ଥାନା ଅନ୍ତର୍ଗତ ଆୟତପୁର ପଞ୍ଚାୟତ ଦାମୋଦରପୁର-୨ ରେ ଥିବା ପ୍ରସିଦ୍ଧ ଶୈବପୀଠ ନାଗେଶ୍ଵର ନାଥଙ୍କ ବେଢାରେ ପ୍ରତିବର୍ଷ ପରି ପାରମ୍ପାରିକ ୬୨ ତମ ଵିଶ୍ୱଶାନ୍ତି ମହାଯଜ୍ଞ ଆସନ୍ତା ୩ ରୁ ୯ ତାରିଖ ୭ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି। ଏହି ଉପଲକ୍ଷେ ୮ ତାରିଖ ମହାଶିବରାତ୍ରି ସଂଧ୍ୟାରେ ଓଡ଼ିଶାର ବିଶିଷ୍ଟ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ସମାରୋହ ଅନୁଷ୍ଠିତ ହେବାକୁ ଥିବା ଆୟୋଜକ ମାନଙ୍କ ପକ୍ଷରୁ ଜଣାପଡିଛି। ଏଥିପାଇଁ ମନ୍ଦିର ପରିଚାଳନା କମିଟି ଓ ଯଜ୍ଞ କମିଟିର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସମେତ ସଭାପତି ଅଶୋକ ଦାସ, ସଂପାଦକ ବସନ୍ତ ଜେନା, କୋଷାଧ୍ୟକ୍ଷ ସରୋଜ ସାହୁ, ଉପଦେଷ୍ଟା ନିମାଇଁ ମହାପାତ୍ର, ଦେବବ୍ରତ ମହାପାତ୍ର, ହୃଷିକେଶ ଜେନା, ଗୋକୁଳ ପ୍ରଧାନ ପ୍ରମୁଖ ଜୋରଦାର ପ୍ରସ୍ତୁତିରେ ଲାଗିପଡିଥିଵା ଜଣାଯାଇଛି ।

Leave a Reply

Your email address will not be published. Required fields are marked *