କଟକ ସଦର,୧୧/୧୦/୨୦୨୬(ଓଡ଼ିଶା ସମାଚାର /ବିଷ୍ଣୁ ବେହେରା) କଟକ ବଡ଼ ଡ଼ାକ୍ତରଖାନାର ମାନସିକ ୱ। ର୍ଡରେ ଯାଜପୁର ରୋଡ଼ ପହଙ୍ଗା ଗ୍ରାମର ଜନୈକ ମାନସିକ ରୋଗୀ ଶ୍ରୀକାନ୍ତ ଦାସଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା କମିଶନରେଟ ମଙ୍ଗଳାବାଗ ଥାନାରେ ଅଭିଯୋଗ ହୋଇଥିଲା। ମାମଲାର ୧୨ ଦିନ ପରେ ସିସି ଟିଭି ଫୁଟେଜ ଆଧାରରେ ପୋଲିସ ଦୁଇ ସିକ୍ୟୁରିଟି ଙ୍କୁ ଗିରଫ କରିଛି ।
୧୦୫,୩(୫) ଦଫାରେ ପୋଲିସ ମଞ୍ଜୁ ସର୍ଭିସ୍ ଜରିଆରେ ଥିବା ୱ।ର୍ଡ ଆଟେଣ୍ଡାଣ୍ଟ ଥିବା ଏ ଜଗନ୍ନାଥ ରାଓ ଓ ଘରୋଇ ନିରାକାର ସିକ୍ୟୁରିଟି ସଂସ୍ଥା ଜରିଆରେ ଥିବା ଦିଲିପ ପ୍ରଧାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ହେଲେ ପୋଷ୍ଟ ମର୍ଟମ ରିପୋର୍ଟ ଓ ଭିସେରା ରିପୋର୍ଟ ଆଧାରରେ ପୋଲିସ ମାମଲାର ଅଧିକ ତଦନ୍ତ ଚଳାଇଥିବା ଡିସିପି ରିଷିକେଶ ଖିଲାରୀ ଦ୍ୟାନଦେଓ ସୂଚନା ଦେଇଛନ୍ତି। ଉକ୍ତ ମାମଲାକୁ ନେଇ ଜାତୀୟ ମାନବାଧିକାର ଆୟୁକ୍ତଙ୍କ ନିକଟରେ ମାମଲା ଦାୟର ହୋଇଛି। ସୂଚନାଯୋଗ୍ୟ ଯେ ଉକ୍ତ ଘଟଣା ସମ୍ପର୍କରେ ଗତ ମାସ ୩୦ ତାରିଖରେ ‘ଓଡିଶା ସମାଚାର’ରେ ବିସ୍ତୃତ ଖବର ପ୍ରକାଶ ପାଇଥିଲା।
