ଭୁବନେଶ୍ୱର,୨୦/୦୮/୨୦୨୫ (ଓଡ଼ିଶା ସମାଚାର)- ଭୁବନେଶ୍ୱର ଜିଲ୍ଲା ସର୍ବୋଦୟ ମଣ୍ଡଳ ତରଫରୁ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଲୌହମାନବୀ ସାରଳା ଦେବୀ ଙ୍କ ୧୨୧ତମ ଜୟନ୍ତୀ ପାଳନ ଉତ୍କଳମଣି ବିଦ୍ୟାମନ୍ଦିର ପ୍ରାଙ୍ଗଣରେ ଗମ୍ଭୀର ପରିବେଶରେ କରାଗଲା। ଉତ୍କଳ ସର୍ବୋଦୟ ମହିଳା ସେଲ ସଂଯୋଜିକା ରାବେୟା ବେଗମ ଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିରୁପମା ଜେନା, ସ୍ୱର୍ଣ୍ଣଲତା ମିଶ୍ର, ଶ୍ରଦ୍ଧାଞ୍ଜଳି ଦଳବେହେରା, ତ୍ରିଲୋଚନ ବେହେରା, ବିଶ୍ୱନାଥ ବେହେରା, ଅନୀତା ରାଣୀ ଦାଶ, ରୁପଶ୍ରୀ ପଣ୍ଡା, ଅନ୍ନପୂର୍ଣ୍ଣା ରଥ ଙ୍କ ସହିତ ଅନେକ ସମାଜସେବୀ, ଶିକ୍ଷକ-ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।
ଉପସ୍ଥିତ ବ୍ୟକ୍ତିବିଶେଷ ମାନେ ସାରଳା ଦେବୀଙ୍କୁ ଓଡ଼ିଶାର ପ୍ରମୁଖ ନାରୀ ସ୍ଵାଧୀନତା ସେନାନୀ ଭାବରେ ସ୍ମରଣ କରି, ତାଙ୍କର ସମାଜସେବା, ନାରୀ ସଶକ୍ତିକରଣ ଓ ସ୍ୱାଧୀନତା ଆନ୍ଦୋଳନରେ ସାହସିକ ଭୂମିକାକୁ ଉଲ୍ଲେଖ କରିଥିଲେ ଏବଂ ତାଙ୍କ ଚିନ୍ତାଧାରା ଆଜିର ପରିପ୍ରେକ୍ଷୀରେ ମଧ୍ୟ ପଥପ୍ରଦର୍ଶକ ବୋଲି ଭବିଷ୍ୟତ ପୀଢ଼ି ତାଙ୍କର ଜୀବନରୁ ପ୍ରେରଣା ନେଇ ସମାଜରେ ସକ୍ରିୟ ଭୂମିକା ନେବାକୁ ଆହ୍ୱାନ କରିଥିଲେ। କାର୍ଯ୍ୟକ୍ରମରେ ସବୀର ଅହମ୍ମଦ ଅନୱାର ପ୍ରାରମ୍ଭିକ ଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।
