ହ୍ୱାଇଟ୍ କେନ ଡେ

ପ୍ରତିବର୍ଷ ଅକ୍ଟୋବର ୧୫ରେ ସାରା ବିଶ୍ୱରେ ହ୍ୱାଇଟ କେନ ଡେ’ ବା ବିଶ୍ୱ ଧଳା ବାଡ଼ି ଦିବସ ପାଳନ କରାଯାଏ । ଦୃଷ୍ଟିହୀନ ଓ କମ୍ ଦୃଷ୍ଟିସମ୍ପନ୍ନ ଲୋକମାନେ ସମ୍ମୁଖୀନ ହେଉଥିବା ଆହ୍ୱାନକୁ ସାମ୍ନାକୁ ଆଣିବା ହେଉଛି ଏହି ଦିବସର ମୁଖ୍ୟ ଉଦ୍ଧେଶ୍ୟ ।

ଏହାଦ୍ୱାରା ଦୃଷ୍ଟିହୀନ ଲୋକେ ଦୈନନ୍ଦିନ ଜୀବନରେ କେତେ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି, ତାହା ସମସ୍ତେ ଜାଣି ପାରିବେ । ହ୍ୱାଇଟ କେନ ଦୃଷ୍ଟିହୀନ ଲୋକଙ୍କ ପାଇଁ ଏକ ଉପକରଣ, ଯାହା ସେମାନଙ୍କୁ ସ୍ୱାଧୀନ ଜୀବନଯାପନ କରିବାର କ୍ଷମତା ଦେଇଥାଏ ।

ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ୧୯୩୧ରେ ଫ୍ରାନ୍ସରେ ଗୁଇଲି ଡି’ହର୍ବୋନ୍ଥଙ୍କ ଦ୍ୱାରା ପ୍ରଥମେ ହ୍ୱାଇଟ କେନ ଆନ୍ଦୋଳନ ଆରମ୍ଭ ହୋଇଥିଲା । ସେତେବେଳେ ଆମେରିକା ରାଷ୍ଟ୍ରତି ଲିଣ୍ଡନ ଜନସନ ପ୍ରଥମ ଥର ପାଇଁ ଏହାକୁ ସବୁଜ ସଂକେତ ଦେଇଥିଲେ । ଏହାପରେ ‘ନ୍ୟାଶନାଲ ଫେଡେରେସନ ଅଫ୍ ଦି ବ୍ଲାଇଣ୍ଡ’ର ଅନୁରୋଧକ୍ରମେ ୧୯୬୪ରେ ପ୍ରତିବର୍ଷ ଅକ୍ଟୋବର ୧୫ରେ ହ୍ୱାଇଟ କେନ ଡେ ପାଳନ କରିବାକୁ ଯୁକ୍ତରାଷ୍ଟ୍ର ଆମେରିକା କଂଗ୍ରେସ ପ୍ରସ୍ତାବ ଦେଇଥିଲା ।

Leave a Reply

Your email address will not be published. Required fields are marked *