Breaking News : ସ୍ପଷ୍ଟ ଦିବାଲୋକରେ କଲେଜ ଛାତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ , ହସ୍ପିଟାଲରେ ଭର୍ତ୍ତି

ମାହାଙ୍ଗା ୧୯/୦୮/୨୦୨୫ (ଓଡିଶା ସମାଚାର /ଅଭୟ ଜେନା) -ମାହାଙ୍ଗା ଥାନା ଅଂଚଳରେ ଆଲୋଡନ । ମୂଳବସନ୍ତ ଗ୍ରାମର ଜନୈକା କଲେଜ ଛାତ୍ରୀଙ୍କୁ ସ୍ପଷ୍ଟ ଦିବାଲୋକରେ ହୋଇଛି ମରଣନ୍ତକ ଆକ୍ରମଣ  । ଆଜି ଦିନ ୧୧ ଟା ସମୟରେ ଜେଏନ କଲେଜ କୁଆଁପାଳକୁ କ୍ଲାସ କରିବାକୁ ଯିବା ରାସ୍ତାରେ,ଶୁଭସ୍ମିତା ସାହୁ ନାମକ  ଯୁକ୍ତ ୩ ପ୍ରଥମ ବର୍ଷ  ଛାତ୍ରୀଙ୍କୁ ୨ ଜଣ ଅଜଣା ଯୁବକ ରାସ୍ତାରେ ଅଟକାଇ, ତାଙ୍କ ଠାରୁ ଲୁଟ ପାଟ ଉଦ୍ୟମ ବେଳେ ଏକ ଧାରୁଆ ଛୁରୀରେ ଛାତ୍ରୀଙ୍କ ବେକ କାଟିବା ପାଇଁ ଉଦ୍ୟମ କରିଥିଲେ ।

ତେବେ ୨ ଅସାମାଜିକ ଯୁବକଙ୍କ ସହିତ ସାହସିକତାର ସହିତ ମୁକାବିଲା କରିଥିବା ଶୁଭସ୍ମିତା ମରଣ ମୁହଁରୁ ବଞ୍ଚି ଯାଇଥିଲେ ମଧ୍ୟ, ତାଙ୍କ ଡାହାଣ ହାତ କୁ ଏକାଧିକ ସ୍ଥାନରେ ଯୁବକ ମାନେ ହାଣି ଲହୁ ଲୁହାଣ କରିଦେଥିବା ଦେଖିବାକୁ ମିଳିଛି  । ଅନ୍ୟ ପକ୍ଷରେ ଅଭିଯୁକ୍ତ ମାନେ ଘଟଣା ସ୍ଥଳରୁ ଫେରାର ହେବାରେ ସଫଳ ହୋଇଛନ୍ତି । କୁହୁଣ୍ଡା ପଞ୍ଚାୟତ ବିରୂପା ସେତୁ ନିକଟ ମୂଳବସନ୍ତ ମାଇନର କେନାଲ ବନ୍ଧ ଉପରେ ଏହି ଅଭାବନୀୟ ଘଟଣା ଘଟିଛି ।

ସ୍ଥାନୀୟ ଲୋକେ ଆହତ ଛାତ୍ରୀଙ୍କୁ ଚିଦାନନ୍ଦ ହସ୍ପିଟାଲ ମୂଳବସନ୍ତରେ ଭର୍ତ୍ତି କରିଥିଲେ । ସେଠାରୁ ମାହାଙ୍ଗା ମୁଖ୍ୟ ସରକାରୀ ହସ୍ପିଟାଲକୁ ନିଆଯାଇଥିଲା । ପ୍ରାଥମିକ ଚିକିତ୍ସା ପରେ ମାହାଙ୍ଗାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ଡାକ୍ତରଖାନା କୁ ପଠାଇ ଦେଇଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ଏବଂ ଦୁର୍ବୁତ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଜାରିରହିଥିବା ସୂଚନା ଦେଇଛି  ।

Leave a Reply

Your email address will not be published. Required fields are marked *